ପରୀକ୍ଷା ପାଇଁ ଯାଉଥିବା ବେଳେ ଓଲଟିଲା ଅଟୋ, ୬ ଛାତ୍ରୀ ଗୁରୁତ୍ୱର
କଳାହାଣ୍ଡି- ପରୀକ୍ଷା ପାଇଁ ଯିବା ବେଳେ ଅଟୋ ଓଲଟିଲା ୬ ଛାତ୍ରୀ ଗୁରୁତ୍ୱରଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭବାନୀପାଟଣା-ଦ୍ୱାରସୁଣି ଛକ ନିକଟରେ ଅଟୋ ଓଲଟି ୬ ଆଦର୍ଶ ବିଦ୍ୟାଳୟ ଛାତ୍ରୀ ଆହତ ହୋଇଛନ୍ତି । ଆହତ ଛାତ୍ରୀଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରାଯାଇଛି । ଛାତ୍ରୀ ମାନେ ହେଲେ ମନୀଷା ପଣ୍ଡା ,ତ୍ରିଶା କୋଡ଼,ପ୍ରାଚୀ ବର୍ଷା ପଣ୍ଡା, ରାଜଲକ୍ଷ୍ମୀ । ଆଜି ସପ୍ତମ ପରୀକ୍ଷା ଦେବାପାଇଁ ଛାତ୍ରୀ ମାନେ ଏକ ଅଟୋ ରେ ଯାଉଥିବା ବେଳେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ଫଳରେ ଘଟଣା ସ୍ଥଳରେ ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ମାନେ ପହିଁଛି ଗୁରୁତ୍ୱର ମନଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର କହିବା ଅନୁସାରେ ସମସ୍ତଙ୍କ ସ୍ବାସ୍ତ୍ୟ ଅବସ୍ଥା ସ୍ଥିର ରହଛି।