ରାହୁଲଙ୍କୁ ଫ୍ୟୁଜ ସର୍କିଟ କହିଲେ ମୋଦି

ନୂଆଦିଲ୍ଲୀ: ଗୁରୁବାର ଲୋକସଭାରେ ଧନ୍ୟବାଦ ଆଲୋଚନାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ଛିଗୁଲେଇଛନ୍ତି । ରାହୁଲ ଗାନ୍ଧୀ ଓ ଅଧୀର ରଞ୍ଜନ ଚୌଧୁରୀ ପ୍ରମୁଖଙ୍କୁ ମୋଦି କଟାକ୍ଷ କରିଛନ୍ତି । ନିଜ ବକ୍ତବ୍ୟର ୩୦ ମିନିଟ ପରେ ରାହୁଲ ଛିଡ଼ା ହେବାରୁ ମୋଦି ତାଙ୍କୁ ଛିଗୁଲେଇଥିଲେ । ଏତେ ସମୟ ପରେ ଯାହା ହେଉ କରେଣ୍ଟ ଲାଗିଲା ବୋଲି ମୋଦି କହିଥିଲେ । ମୁଁ ୩୦ ମିନିଟ ହେଲା କହୁଛି, ଏତେ ଡେରିରେ କରେଣ୍ଟ ଲାଗିଲା । ହଁ ଫ୍ୟୁଜ ସର୍କିଟ, କେମିତି ଲାଗିବ ବୋଲି ମୋଦି କହି ରାହୁଲ ଗାନ୍ଧୀଙ୍କୁ ଛିଗୁଲେଇଥିଲେ । ସେହିପରି ବାରମ୍ବାର ଉଠି କହୁଥିବା ଅଧୀର ଚୌଧୁରୀଙ୍କୁ ବି ମୋଦି ଛିଗୁଲେଇଥିଲେ । ଆପଣଙ୍କ ସିଆର ହୋଇଗଲାଣି, ଆଉ ଛିଡ଼ା ହୁଅନ୍ତୁନି ବୋଲି ମୋଦି କହିଥିଲେ । ଏତେ ଉଠନ୍ତୁନି, ଆପଣଙ୍କ ସିଆର ହୋଇଗଲାଣି, ଏବେ ବସନ୍ତୁ ବୋଲି ମୋଦି ଅଧୀର ଚୌଧୁରୀଙ୍କ କହିଥିଲେ । ସେହିପରି ରାହୁଲ ଗାନ୍ଧୀଙ୍କ ପାଖରେ ବସିଥିବା ସାଂସଦ ସୁରେଶଙ୍କ ପ୍ରତି ମୋଦି ଲଘୁ ମନ୍ତବ୍ୟ ଦେଇଛନ୍ତି । ମୋଦିଙ୍କ ବକ୍ତବ୍ୟ ଶୁଣି ହସୁଥିବା ସୁରେଶଙ୍କ ପ୍ରତି ମୋଦି ଲଘୁ ମନ୍ତବ୍ୟ ଦେଇଛନ୍ତି । ଏ ସୁରେଶ ଜୀ କାହିଁକି ହସୁଛନ୍ତି, କିଛି ତ ରାଜ ଅଛି ବୋଲି ମୋଦି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ