ଦୁନିଆର ସବୁଠାରୁ ଷ୍ଟାଇଲିଷ୍ଟ ମା’ପୁଅ

କୌଣସି ପାର୍ଟି ବା ଫଙ୍କ୍ସନ୍ରେ ମା’ ଝିଅ ଏକା ପରି ପୋଷାକା ପିନ୍ଧୁଥିବା ଆମେ ଦେଖିଛୁ । ମାତ୍ର ଏମିତି ଏକ ମା’ପୁଅ ଯୋଡ଼ି ଅଛନ୍ତି ଯିଏ ସବୁବେଳେ ଏକା ପରି ପୋଷାକ ପିନ୍ଧିଥାନ୍ତି । ଥାଇଲାଣ୍ଡର ବ୍ୟାଙ୍କକ୍ରେ ରହୁଥିବା ପାଥ୍ରାପୋଲ ଏବଂ ଲି. ପୁଇଙ୍ଗ୍ବ୍ରୁନ୍ପ୍ରାଙ୍କ ଅନ୍ୟ ମା’ ପୁଅଙ୍କଠାରୁ ବହୁତ ଭିନ୍ନ । ଏହି ମା’ପୁଅଙ୍କ ଫ୍ୟାଶନ୍ର ବହୁତ ସଉକ । ୬ ବର୍ଷ ପୂର୍ବେ ସେମାନେ ଏକାପରି ପୋଷାକ ପିନ୍ଧିବା ଆରମ୍ଭ କରିଥିଲେ । ପ୍ରଥମ ଫଟୋ ସେମାନେ ନିଜ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଥିଲେ । ଉକ୍ତ ଫଟୋକୁ ଲୋକେ ଖୁବ୍ ପସନ୍ଦ କରିବା ସହ ୧.୩ ଲକ୍ଷ ୟୁଜର୍ସ ସେମାନଙ୍କୁ ଫଲୋ କରିଥିଲେ । ଏବେ ମା’ପୁଅଙ୍କ ଏହି ଯୋଡ଼ିକୁ ଦୁନିଆର ସବୁଠାରୁ ଷ୍ଟାଇଲିଷ୍ଟ ଯୋଡ଼ି ବୋଲି କୁହାଯାଉଛି । ପାଥ୍ରାପୋଲଙ୍କ କହିବା ଅନୁଯାୟୀ, ଫଟୋସୁଟ୍ କରିବାର ସେମାନଙ୍କ କୌଣସି ପ୍ଲାନ୍ ନ ଥାଏ । ବାସ୍, ଯେତେବେଳେ ମନ ହୁଏ ସେମାନେ ଫଟୋ ଉଠାଇଥାନ୍ତି । ଫ୍ୟାଶନ ସେମାନଙ୍କର ବହୁତ ପସନ୍ଦ । ଏପରି କରି ସେମାନେ ଖୁବ୍ ଏନ୍ଜୟ ମଧ୍ୟ କରିଥାନ୍ତି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ