ନିରଞ୍ଜନ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତଙ୍କୁ ସ୍ୱାଗତ
ଆସିକା (ୱାଇଏନ୍ଏସ୍) :ନାରୀଶିକ୍ଷାର ବିକାଶ ଲାଗି ୧୯୮୦ ମସିହାରେ ଆସିକା ସହରର କେନ୍ଦ୍ରସ୍ଥଳରେ ସ୍ଥାପିତ ହୋଇଥିବା ନିରଞ୍ଜନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ବିଜ୍ଞାନ ଓ କଳା ପାଠ୍ୟକ୍ରମରେ ନାମ ଲେଖାଇଥିବା ନବାଗତ ଛାତ୍ରୀମାନଙ୍କୁ ଫୁଲ ଚନ୍ଦନ ଅର୍ପଣ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଯୁକ୍ତ ଦୁଇ ପ୍ରଥମ ବର୍ଷ ବିଦ୍ୟାର୍ଥୀଙ୍କ ପାଠପଢା ଆରମ୍ଭ ହୋଇସାରିଥିଲା ବେଳେ ଏହି ଅବସରରେ ନିରଞ୍ଜନ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନା, ବରିଷ୍ଠ ଅଧ୍ୟାପକ କେ.ଓମ୍ ନାରାୟଣ ରାଓ, ଅଧ୍ୟାପକ ଗୋପୀନାଥ କର, ଅଧ୍ୟାପିକା ଡଃ ଲୀନା ଲିଲିୟାନ୍, ଅଧ୍ୟାପିକା ଜୟପ୍ରଦା ମହାପାତ୍ର, ଅଧ୍ୟାପିକା ଡଃ ଉର୍ମିଳା ମୁଦୁଲି, ଅଧ୍ୟାପିକା ଡଃ ଯଶଶ୍ରୀ ମଲିକ ପ୍ରମୁଖ ଯୋଗଦେଇ ନବାଗତ ଛାତ୍ରୀମାନେ ସମୟାନୁବର୍ତ୍ତିତା ହୋଇ ନିଜର ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ କଠିନ ପରିଶ୍ରମ କରି ଭଲ ପାଠପଢି ପିତାମାତା, ଗୁରୁଜନ ଓ ଶିକ୍ଷାନୁଷ୍ଠାନର ଟେକକୁ ଅକ୍ଷୁର୍ଣ୍ଣ ରଖିବାକୁ ମାର୍ଗଦର୍ଶନ କରିବା ସହ ଶିକ୍ଷାନୁଷ୍ଠାନର କ୍ଳାସ୍ ସରିବା ପରେ ଅଯଥା କ୍ୟାମ୍ପସ୍ ଭିତରେ ନ ରହି ଘରକୁ ଯିବା ସାଙ୍ଗକୁ ୭୫ ପ୍ରତିଶତ ଉପସ୍ଥାନ ନଥିଲେ ପରୀକ୍ଷା ହଲ୍ରେ ବସିବା ପାଇଁ ଥିବା କଟକଣା ଉପରେ ଆଲୋକପାତ କରିବା ସାଙ୍ଗକୁ ଶିକ୍ଷାନୁଷ୍ଠାନର ଇତିହାସ, ନୀତିନିୟମ, ବିଦ୍ୟାର୍ଥୀଙ୍କ ପାଠପଢାର ସମୟ ସାରଣୀ, ଶୃଙ୍ଖଳିତ ଶିକ୍ଷାଦାନ, ଡ୍ରେସ୍କୋର୍ଡ, ସିଏଚ୍ଏସ୍ଇ ସିଲାବସ୍, ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଛାତ୍ରବୃତ୍ତି, ଶିକ୍ଷାନୁଷ୍ଠାନ ପରିସରରେ ଶୃଙ୍ଖଳା ରକ୍ଷା କରିବା, ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ୍ ଶିବିରର ଆବଶ୍ୟକତା, ଆଭ୍ୟନ୍ତରୀଣ ଅଭିଯୋଗ କମିଟିର କାର୍ଯ୍ୟକାରିତା, ଯୁବ ରେଡକ୍ରସ୍, ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଲାଇବ୍ରେରୀ, ଶିକ୍ଷାଜ୍ୟୋତି ପୋର୍ଟାଲ୍ର ଆବଶ୍ୟକତା, ମେରିଟ୍ସ ସ୍କଲାର୍ସିପ୍ର ଆବଶ୍ୟକତା ସମେତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଭାବେ ବୁଝାଇଥିଲେ । ଆସିକା ନିରଞ୍ଜନ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତଦୁଇ ପ୍ରଥମ ବର୍ଷ ବିଜ୍ଞାନ ଓ କଳା ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ଅଧ୍ୟାପକ ପିଙ୍କୁ କୁମାର ସାହୁ, ପବିତ୍ର କୁମାର ବେହେରା, ରାଜେନ୍ଦ୍ର କୁମାର ସାହୁ, ସୁଶାନ୍ତ କୁମାର ବେହେରା, ଡଃ ଲୋପାମୂଦ୍ରା ମହାପାତ୍ର, ମୋନାଲିସା ସାହୁ, ସୁନିତା କୁମାରୀ ନାୟକ, ପ୍ରିୟଦର୍ଶନୀ ପ୍ରଧାନ, ଏ.ଲକ୍ଷ୍ମୀ ଦୋରା, ସୁଶିଲ୍ କୁମାର ଆଚାର୍ଯ୍ୟ, ରାଜେଶ୍ୱରୀ ସାହୁ, ଶୁଭଶ୍ରୀ ମିଶ୍ର, ଚିନ୍ମୟ କୁମାର ବାରିକଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା, ନବାଗତ ଛାତ୍ରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


