ସର୍ଟ ସର୍କିଟରୁ ମୁଖ୍ୟମନ୍ତ୍ରୀ ବସ ଇଞ୍ଜିନରେ ଲାଗିଲା ନିଆଁ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ ଆଜି ଏକ ବଡ଼ ଧରଣର ବସ ଦୁର୍ଘଟଣା ଟଳିଯାଇଛି। ସୂଚନା ଅନୁଯାୟୀ, ଆଜି ବେଲଗୁଣ୍ଠାରୁ ମଙ୍ଗଳପୁର ପଞ୍ଚାୟତର ମହାସିଙ୍ଗିପଲ୍ଲୀ ଭାୟା ଆମ୍ବପୁଆ ,ଜିରୋଳି,ବଙ୍କା,ଜାଲଖାଇ , ମଙ୍ଗଳପୁର ,ଗୋଠୁଳି,ପାଟୁଳି ସାହି,ଗଜିନ୍ଦ୍ରା ,ଏକତାଳ , ଅଢ଼େଇ ଗାଁ ଛକ ଓ ଉଢୁରା ହୋଇ ବେଲଗୁଣ୍ଠା ଅଭିମୁଖେ ଫେରୁଥିବା ରୁଟ୍ ନମ୍ବର ୧୯ ନମ୍ବର ଗାଡି ମୁଖ୍ୟମନ୍ତ୍ରୀ ବସ (ଓଡି୩୨ଜେ୭୪୮୨) ସକାଳ ଦଶଟାରେ ଉଡୁରା ଛକ ନିକଟରେ ପହଞ୍ଚିବା ସମୟରେ, ଇଞ୍ଜିନରୁ ହଠାତ୍ ପ୍ରବଳ ଧୂଆଁ ବାହାରୁଥିବା ଡ୍ରାଇଭର ରାଜ ନାରାୟଣ ଦୋରାଙ୍କ ନଜରକୁ ଆସିଥିଲା ।ପରିସ୍ଥିତିକୁ ବୁଝି ଡ୍ରାଇଭର ତୁରନ୍ତ ବସଟିକୁ ରାସ୍ତା କଡ଼ରେ ଅଟକାଇ ଦେଇଥିଲେ।ଗାଡ଼ିରୁ ଓହ୍ଲାଇ ଯାଞ୍ଚ କରିବା ପରେ ସର୍ଟ ସର୍କିଟ୍‌ ଯୋଗୁଁ ଇଞ୍ଜିନରୁ ପ୍ରବଳ ଧୂଆଁ ଓ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।ଯାହା ଫଳରେ କି ପ୍ରବଳ ଧୁଆଁ ଚାରିଆଡ଼େ ବ୍ୟାପି ଯାଇଥିଲା । ବିପଦକୁ ଆକଳନ କରି ଡ୍ରାଇଭର ବିନା ବିଳମ୍ବରେ ବସରେ ଥିବା ସମସ୍ତ ୨୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ଦେଇଥିଲେ। ତାଙ୍କର ଏହି ସମୟୋଚିତ ଓ ସାହସିକ ପଦକ୍ଷେପ ଯୋଗୁଁ ବସଟି ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇବା ସହ ସମ୍ଭାବ୍ୟ ଧନଜୀବନ ହାନିରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଡ୍ରାଇଭରଙ୍କ ଏହି ଉପସ୍ଥିତ ବୁଦ୍ଧି ଓ ଚତୁରତା ପାଇଁ ଯାତ୍ରୀ, ସ୍ଥାନୀୟ ଅଞ୍ଚଳବାସୀ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା ଓ ସାଧୁବାଦ ଜଣାଇଥିଲେ ମଧ୍ୟ ବିଭାଗୀୟ ସ୍ତରରେ ଗାଡ଼ି ର ରକ୍ଷଣାବେକ୍ଷଣ ଓ ସମୟୋଚିତ ଯାଞ୍ଚ କରା ଯାଉନଥିବାରୁ ଏପରି ଘଟିଲା ବୋଲି ମଧ୍ୟ ଆଲୋଚନା ହେଉଛି । କିଛି ଯାତ୍ରୀ ବସ୍ କର୍ମଚାରୀଙ୍କୁ ଦାୟୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ