ଅନ୍ତର୍ଜାତୀୟ ପ୍ରଦୀପ ସ୍ମାରକୀ ଟିଲୋ କପ୍‌-ଇଷ୍ଟକୋଷ୍ଟ ରେଲୱେ ବିଶାଖାପାଟଣା, ଏୟାର ଇଣ୍ଡିଆ ମୁମ୍ବାଇ ବିଜୟୀ

ବନ୍ତ(ଯୁଗାବ୍ଦନ୍ୟୁଜ) : ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ହନୁମାନଜୀଉ ମିନିଷ୍ଟାଡିୟମରେ ଟିଲୋ ଆଥ୍‌ଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ୨୭ତମ ପ୍ରଦୀପ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିଲୋ କପ୍‌ର ଗୁରବାର ପ୍ରଥମ ମ୍ୟାଚ୍ ବି.ସି.ଏ ଚିଟାଗଙ୍ଗ ବାଙ୍ଗଲାଦେଶ ବନାମ ଇଷ୍ଟକୋଷ୍ଟ ରେଲୱେ, ଭିଶାଖାପାଟଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ଇଷ୍ଟକୋଷ୍ଟ ରେଲୱେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବି.ସି.ଏ ବାଙ୍ଗ୍‌ଲାଦେଶ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୧୦ ଓଭରରେ ୬ ଉଇକେଟ୍ ହରାଇ ୭୧ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଓସ୍‌ମାନ୍ ଗାନି ୨୨, ସାହାବାଜ୍ ହୋସେନ ୧୮ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ଜୟରାମ୍ ଓ ଲୋଭା ରାଜୁ ପ୍ରତ୍ୟେକ ଗୋଟିଏ ଲେଖାଏ ଉଇକେଟ୍ ଅକ୍ତିଆର କରିଥିଲେ । ୭୨ ରନର ବିଜୟ ଲକ୍ଷ୍ୟ ନେଇ ଇଷ୍ଟକୋଷ୍ଟ ରେଲୱେ ୯ ଓଭରରେ ୫ ଉଇକେଟ୍ ହରାଇ ୭୫ ରନ୍ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଗୌତମ ୧୯, କାଶ୍ୟପ ୧୫ ରନ୍ କରିଥିଲେ । ପ୍ରତିପକ୍ଷ ବୋଲର ହୋସେନ ସାଇମନ୍ ୨ ଓ ଜାୟରୁଲ ଗୋଟିଏ ଉଇକେଟ୍ ଅକ୍ତିଆର କରିଥିଲେ । ଇଷ୍ଟକୋଷ୍ଟ ରେଲୱେର ଗୌତମଙ୍କୁ ମା ବେଲେଶ୍ୱରୀ ପେଟ୍ରୋଲ ପମ୍ପ ପ୍ରଦତ୍ତ ସ୍ୱର୍ଗତ ନିଶାକର ବେହେରାଙ୍କ ସ୍ମୃତିରେ ପ୍ଲେୟାର ଅଫ ଦି ମ୍ୟାଚ୍ ପୁରସ୍କାର ଅତିଥି କୈଳାସ ବରାଳ, ନୃସିଂହ ସାହୁ, ରାଜୀବ ପାଣିଗ୍ରାହୀ, ଶରତ ସ୍ୱାଇଁ ପ୍ରଦାନ କରିଥିଲେ । ସେହିପରି ୨ୟ ମ୍ୟାଚ୍ ସେଣ୍ଟ୍ରାଲ ଡିଫେନ୍ସ ଦିଲ୍ଲୀ ବନାମ ଏୟାର ଇଣ୍ଡିଆ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ସେଣ୍ଟ୍ରାଲ ଡିଫେନ୍ସ ଦିଲ୍ଲୀ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏୟାର ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ବିନିମୟରେ ୧୬୪ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ମାନନ ଖାଖର ୪୨, ବିକାଶ ସିଂ ୨୪ ରନ୍ କରିଥିଲେ । ପ୍ରତିପକ୍ଷ ବୋଲର ଶିବମ୍ ଶର୍ମା ୩, ଅଙ୍କିତ୍ ଚୌଧୁରୀ ୨ଟି ଉଇକେଟ ଅକ୍ତିଆର କରିଥିଲେ । ୧୮.୩ ଓଭରରେ ଡିଫେନ୍ସ ଦିଲ୍ଲୀ ସମସ୍ତ ଉଇକେଟ ବିନିମୟରେ ୧୨୮ ରନ୍ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ଉଭାସ ଅହେମ୍ମଦ ୩୮, ନାମନ ଶର୍ମା ୨୦ ରନ୍ କରିଥିଲେ । ପ୍ରତିପକ୍ଷ ବୋଲର ବଦ୍ରି ଆଲାମ୍ ୪, ସୁଜିତ୍ ନାୟକ ୩ଟି ଉଇକେଟ ନେଇଥିଲେ । ଏୟାର ଇଣ୍ଡିଆର ବଦ୍ରି ଆଲାମଙ୍କୁ ଭରସା ଆଇ.ଟି.ଆଇ ପ୍ରଦତ୍ତ ସ୍ୱର୍ଗତ ପ୍ରଦୀପ ନାୟକଙ୍କ ସ୍ମୃତିରେ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ଅତିଥି ଡାକ୍ତର ମୂରଲୀଧର ସୂତାର, ମନମୋହନ ସାହୁ, ରଘୁନାଥ ଚଣ୍ଡ ପ୍ରଦାନ କରିଥିଲେ । ଉଭୟ ମ୍ୟାଚ୍‌କୁ ହିମାଂଶୁ ବେହେରା, ସାର୍ଥକ ବିଶ୍ୱାଳ ପରିଚାଳନା କରିଥିବା ବେଳେ ମ୍ୟାଚ୍ ରେଫରୀ ଭାବେ ଇଂ.ସୁଧାଂଶୁ ଶେଖର ନାୟକ, ଭାଷ୍ୟକାର ଭାବେ ପି.ଏଲ.ଶେଖର, ସୁଧାଂଶୁ ମହାନ୍ତି, ସେକ୍ ଆଝାରୁଦ୍ଦିନ୍‌, ସଞ୍ଜୟ ମଜୁମଦାର, ସ୍କୋରର ଭାବେ ସୂଚୀବ୍ରତ ରାଉତ, ମିଥୁନ ସ୍ୱାଇଁ, ଡିଜିଟାଲ ଅନଲାଇନ୍ ସ୍କୋରର ଭାବେ ଅକ୍ଷୟ ରେଡି, ଜଗତେଜ୍ ସିଂ ଦାୟୀତ୍ୱ ତୁଲାଇ ଥିଲେ । ସେହିପରି ଟିମ୍ ମେନେଜମ୍ୟାଣ୍ଟ ଦାୟୀତ୍ୱରେ ଅଶୋକ ନାଥ, ପର୍ଶୁରାମ ସାହୁ, ସିପୁନ୍ ରାଉତ, ଧନେଶ୍ୱର ଧଳ, ରାଜେଶ ବେହେରା, ମ୍ୟାଚ୍ ଦାୟୀତ୍ୱରେ ପ୍ରଦ୍ୟୁମ୍ନ କୁମାର ସାହୁ, ପ୍ରେମାନନ୍ଦ ବେହେରା, ଟର୍ଫ ଉଇକେଟ ମେଣ୍ଟେନାନ୍ସ ଦାୟୀତ୍ୱରେ ଶଙ୍କର, ଖେଲା ସୋରେନ୍‌, ହଳଧର ବେଶ୍ରା ଏବଂ ସହଯୋଗରେ ଅପୂର୍ବ ସେଠୀ, ବାପିନା ବେହେରା, ଶଙ୍କର୍ଷଣ ଧଳ, ମାନସ ପୁହାଣ, ରାଜେନ୍ଦ୍ର ଧଳ, ଲକ୍ଷ୍ମୀଧର ବିଶ୍ୱାଳ ପ୍ରମୁଖ ଥିଲେ । ଶୁକ୍ରବାରର ପ୍ରଥମ ମ୍ୟାଚ୍ ଇଷ୍ଟକୋଷ୍ଟ ରେଲୱେ, ଭିଶାଖାପାଟଣା ବନାମ ଟାଟା ସ୍ପୋଟ୍ସ ମୁମ୍ବାଇ ଏବଂ ୨ୟ ମ୍ୟାଚ୍ ଏୟାର ଇଣ୍ଡିଆ, ମୁମ୍ବାଇ ବନାମ ଏ ଏଣ୍ଡ ଏସ୍ କୋଲକତା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆସୋସିଏସନର ସଭାପତି ଇଂ.ଲକି ମାଷ୍ଟର ସ୍ୱାଇଁ ଓ ସମ୍ପାଦକ ଅସିତ୍ କୁମାର କର ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ