ଚୋରି ରାକେଟ ସକ୍ରିୟ, ବ୍ୟାଟେରୀ ଚୋରି କରି ବାଇକକୁ ଫିଙ୍ଗି ଦେଲେ

ବନ୍ତ,(ଯୁଗାବ୍ଦନ୍ୟୁଜ) : ବୁଧବାର ବନ୍ତ ଥାନା ଅଧିନ ନିଳୋକ ବଜାର ଠାରେ ଗୋଟିଏ ବାଇକରୁ ଦୃବୁର୍ତ୍ତ ମାନେ ବ୍ୟାଟେରୀ ଓ ଆଗ ଚକ ଚୋରି କରି ବାଇକଟିକୁ ରାସ୍ତା ପାଶ୍ୱର୍କୁ ଫିଙ୍ଗି ଦେଇଥିବା ଜଣାଯାଇଛି । ପ୍ରକାଶ ଯେ, ବୁଧବାର ରାତିରେ ନିଳୋକ ବଜାରସ୍ଥିତ ଆଲୋକ କୁମାର ମିଶ୍ରଙ୍କ ସବୁଦିନ ପରି ଦୋକାନ ବନ୍ଦ କରି ବାରଣ୍ଡାରେ ବାଇକଟିକୁ ତାଲା ପକାଇ ରଖିଥିଲେ । ରାତି ୧୨ଟା ପର୍ଯ୍ୟନ୍ତ ବାଇକଟି ଥିବା ବେଳେ ଭୋର ସମୟରେ ସେ ଉଠି ଦେଖବା ବେଳକୁ ବାଇକଟି ନାହିଁ । ସେ ବହୁ ଖୋଜାଖୋଜି କରିବାରେ ଦୋକାନ ଠାରୁ ୧କିମି ଦୂର କନୋନି ସାହି ରାସ୍ତା ପାଶ୍ୱର୍ ଏକ ବୁଦା ନିକଟରେ ବାଇକଟି ପଡିଥିବା ଦେଖିଥିଲେ । ଏଥିନେଇ ସେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି । ସେହିପରି ସଖିପାଟଣା ଛକ ଠାରେ ଗୋଟିଏ ମିନି ଟ୍ରକ, ବନ୍ତ ବଜାର, ପଧାନପଡା ଆଦି ସ୍ଥାନରେ ଟ୍ରାକ୍ଟରରୁ ବ୍ୟାଟେରୀ ଚୋରି ହୋଇଥିବା ଜଣାଯାଇଛି । ବନ୍ତ ଥାନା ଅଞ୍ଚଳରେ ବହୁବାର ମନ୍ଦିର ଓ ଗାଡିରୁ ବ୍ୟାଟେରୀ ଚୋରି ହୋଇଆସୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଛି । ଜିଲା ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ଦୃଷ୍ଟି ଦେଇ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡା କରି କରାଇବା ପାଇଁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ