ରାଜ୍ୟ ସ୍ତରୀୟ ଶିକ୍ଷା ଶିବିର ଉଦ୍‌ଘାଟିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଗୁରବାର ଭଦ୍ରକ ଜିଲା ବନ୍ତ ବ୍ଲକ ସେଣ୍ଢତୀରା ଠାରେ ସିପିଆଇ ପକ୍ଷରୁ ଓଡିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଐତିହାସିକ କମ୍ରେଡ୍ ଗୋବିନ୍ଦ ଚନ୍ଦ୍ର ମହାନ୍ତି ସ୍ମାରକୀ ରାଜ୍ୟ ସ୍ତରୀୟ ଶିକ୍ଷା ଶିବିର ଉଦ୍‌ଘାଟିତ ହୋଇଯାଇଛି । ପ୍ରାରମ୍ଭରେ ସେଣ୍ଢତୀରା ଅଙ୍ଗନୱାଡି କେନ୍ଦ୍ର ଠାରୁ ଏକ ବର୍ଣ୍ଣାଢ୍ୟ ପଟୁଆର ବାହାରି ବିଶିଷ୍ଟ କମ୍ୟୁନିଷ୍ଟ ନେତା କମ୍ରେଡ୍ ରଙ୍ଗାଧର ବିଶ୍ୱାଳଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରି ଯାତ୍ରା ମଣ୍ଡପ ନିକଟରେ ପହଞ୍ôଚ ଥିଲେ । ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟିର ସଦସ୍ୟ ତଥା ଭଦ୍ରକ ଜିଲା ସିପିଆଇ ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରକୁ ସିପିଆଇ ରାଜ୍ୟ ସମ୍ପାଦକ ଡଃ.ପ୍ରଶାନ୍ତ କୁମାର ମିଶ୍ର ଉଦ୍‌ଘାଟନ କରିଥିଲେ । ଶତାଧିକ ବର୍ଷର ସଂଗ୍ରାମର ଲୋମହର୍ଷଣକାରୀ ସଂଘର୍ଷ ଓ ଆତ୍ମ ବଳିଦାନ ଫଳରେ ହାସଲ କରିଥିବା କଷ୍ଟଲବ୍ଧ ସ୍ୱାଧୀନତା, ଏହାର ସାର୍ବଭୌମତ୍ୱ ଓ ବିଭିନ୍ନତା ମଧ୍ୟରେ ଏକତାର ସମ୍ବିଧାନ ଆଜି ଦେଶର ଶାସନ କ୍ଷମତାରେ ଥିବା ବ୍ରିଟିଶ ଉପନିବେଶବାଦୀ ସାମ୍ରାଜ୍ୟର ଚାଟୁକାର ମାନଙ୍କ ଆକ୍ରମଣର ଶୀକାର ହୋଇଥିବା ବିଷୟରେ ସୂଚନା ଦେଇ ଶ୍ରୀ ମିଶ୍ର ଗଭୀର କ୍ଷୋଭ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସହ ସମ୍ପାଦକ ଜୟନ୍ତ ଦାସ, ସମ୍ପାଦକ ମଣ୍ଡଳୀ ସଦସ୍ୟ ଦାମୋଦର ବେହେରା, ଖୋର୍ଦ୍ଧା ଜିଲା ସମ୍ପାଦକ ଅମୀୟ କୁମାର ପଟ୍ଟନାୟକ, ଜିଲା ସହ ସମ୍ପାଦକ ବିମ୍ବାଧର ବାରିକ, ରମେଶ ଜେନା, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଫକୀର ଚରଣ ବିଶ୍ୱାଳ, ବନ୍ତ ଜୋନ୍ ସମ୍ପାଦକ ଗୋପବନ୍ଧୁ ସେଠୀ, ଭାସ୍କର ଚନ୍ଦ୍ର ବେହେରା, ଶାଖା ସମ୍ପାଦକ ଅରବିନ୍ଦ ବିଶ୍ୱାଳ, ବାବାଜି ଚରଣ ଜେନା, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ପଧାନପଡା ସମିତି ସଭ୍ୟା ପ୍ରତିନିଧି ଦୁଲ୍ଲା ଖାଁ, ଫକୀରୁଦ୍ଦୀନ ଖାଁ, କମଳାକାନ୍ତ ଜେନା, ଦୀଲିପ ନାୟକ, ଅଭିମନ୍ୟୁ ଜେନା, ରବିନ୍ଦ୍ର ସେଠୀ, ଉମାକାନ୍ତ ମହାପାତ୍ର, ନୃସିଂହ ଚରଣ ଦାସ, ଧନେଶ୍ୱର ଜେନା, କୃଷ୍ଣ ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଗୁରବାର ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ । ରାଜ୍ୟର ବିଭିନ୍ନ ଜିଲା ଓ ଅଞ୍ଚଳର ନେତୃତ୍ୱ ମାନଙ୍କୁ ନେଇ କମ୍ରେଡ୍ ଦିବାକର ନାୟକ କକ୍ଷରେ ଏହି ଶିବିର ଅନୁଷ୍ଠିତ ହେଉଛି । ଏହାର ସଫଳତା ପାଇଁ ବନ୍ତ ବ୍ଲକର ଜନଗଣଙ୍କର ସହଯୋଗ ପାଇଁ କାମନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ