ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ରବିବାର ୨ୟ ପର୍ଯ୍ୟାୟରେ ରାଜ୍ୟର ୨୦୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନସିଂ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ଭଦ୍ରକ ଜିଲା ବନ୍ତ ବ୍ଲକର ନିଳୋକ, ଆପଣ୍ଡା ଓ ମଙ୍ଗୁଲି ଆଦି ୩ଟି ସ୍ଥାନରେ ଏହି ବିଦ୍ୟାଳୟର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିଳୋକ ହରିହର ସଂଯୁକ୍ତ ଉପ୍ରା ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ସ୍ଥାନୀୟ ସରପଞ୍ଚ ରଜନୀ ସେଠୀ, ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ବିଧାୟକ ପ୍ରତିନିଧି ସ୍ମୃତି ରଞ୍ଜନ ସ୍ୱାଇଁ, ବିଇଓ ଡ.ସୁକୀର୍ତ୍ତି କର, ଏବିଇଓ ହରେକୃଷ୍ଣ ଆପଟ୍ଟ, ପ୍ରଧାନ ଶିକ୍ଷକ ବଟକୃଷ୍ଣ ସେଠୀ, ଏସ.ଏମ.ସି ସଭାପତି କହ୍ନେଇ ଚରଣ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ସିଆରସିସି ନିରଞ୍ଜନ ଖିଲାର ମଞ୍ଚ ପରିଚାଳନା, ଶିକ୍ଷକ ଅରୁଣ କୁମାର ବାରିକ ଅତିଥି ପରିଚୟ ଓ ସିଆରସିସି ସନ୍ତୋଷ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ନୋଡାଲ ଅଫିସର ତଥା ସିଆରସିସି ରାଜେନ୍ଦ୍ର କୁମାର ପାତ୍ର, ଶୁଭ୍ର ପ୍ରକାଶ ରାଉଳ, ବିଦ୍ୟାଳୟର ଶିକ୍ଷକ ରତିକାନ୍ତ ନାୟକ, ସୁରେନ୍ଦ୍ର କୁମାର ପଣ୍ଡା, ଶେଷଦେବ ଜେନା, ଅମରେଶ ଚନ୍ଦ୍ର ପଣ୍ଡା, ଶିକ୍ଷୟିତ୍ରୀ ରାଧାରାଣୀ ସେଠୀ, ମିନତୀ ହେମ୍ବ୍ରମଙ୍କ ସମେତ ସିଆରସିସି ଅଧିନ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଗଣେଶ ପ୍ରସାଦ ସେଠୀ, ସୁଶାନ୍ତ କୁମାର ରାଉତ, ମୋନାଲିସା ଦଳେଇ, ଅଞ୍ଜଳୀ ମୁର୍ମୁ, ଜ୍ୟୋତିର୍ମୟୀ ରାଉତ ପ୍ରମୁଖ ସହଯୋଗ କରିଥିଲେ । ବସନ୍ତିଆ ପଞ୍ଚାୟତ ଅଧିନ ଆପଣ୍ଡା ସରକାରୀ ସଂଯୁକ୍ତ ଉପ୍ରା ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ସାହୁ, ଜିଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ପଞ୍ଚଶିକ୍ଷା ସେତୁ ଅଧ୍ୟକ୍ଷ ପୀତବାସ ପ୍ରଧାନ, ଏସ.ଏମ.ସି ସଭାପତି ସୁବାସିନୀ ଦାସ, ୱାର୍ଡ ସଭ୍ୟା ଜ୍ୟୋତ୍ସ୍ନାରାଣୀ ଜେନା, ପ୍ରଧାନ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ଦାଶ, ମନୋଜ କୁମାର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ଅଶୋକ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଉତ୍ତମ କୁମାର ଦାସ, ସୁଧାଂଶୁ ଶେଖର ଦାସ, ରଘୁନାଥ ପୁହାଣ, ଶୁଭେନ୍ଦୁ କୁମାର ବିଶ୍ୱାଳ, ପ୍ରଦୀପ୍ତ କୁମାର ରାଉତ, ସୁଦୀପ କୁମାର ଖଟୁଆ, ବ୍ରହ୍ମାନନ୍ଦ ଜେନା, ଶିକ୍ଷୟିତ୍ରୀ ପଦ୍ମାବତୀ ସେଠୀ, ସୁଜାତା ଜେନା, ଅକ୍ଷୟ କୁମାର ସେଠୀଙ୍କ ସମେତ ଚାଇଁପୁର ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଭ୍ୟସଭ୍ୟା ମାନେ ସହଯୋଗ କରିଥିଲେ । ସେହିପରି ଛୟାଳସିଂହ ପଞ୍ଚାୟତ ମଙ୍ଗୁଲି ସରକାରୀ ସଂଯୁକ୍ତ ଉପ୍ରା ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ