ସୁପ୍ରିମ୍ କୋର୍ଟଙ୍କ ରାୟ ଉପରେ ଆଜି ସାରା ଦେଶର ନଜର

ନୂଆଦିଲ୍ଲୀ:- ନିର୍ଭୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ କରିବେ । ନିମ୍ନ ଅଦାଲତରେ ନିର୍ଭୟା ମାମଲାର ଚାରିଜଣ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ଦିଆଯାଇଥିବା ରହିତାଦେଶକୁ ଚାଲେଞ୍ଜ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ଗତକାଲି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଯେଉଁ ଦୋଷୀମାନଙ୍କ ପାଖରେ କୌଣସି ନ୍ୟାୟିକ ବିକଳ୍ପ ନାହିଁ ସେମାନଙ୍କୁ ଫାଶୀରେ ଝୁଲାଇବାକୁ ସରକାର ହାଇକୋର୍ଟରେ ଦୃଢ଼ ଯୁକ୍ତି ରଖିଥିଲେ । ଆସନ୍ତାକାଲି ସୁପ୍ରିମ୍ କୋର୍ଟଙ୍କ ରାୟ ଦୋଷୀଙ୍କ ଫାଶୀ ତାରିଖ ଧାର‌୍ୟ୍ୟ କରିବାରେ ନିର୍ଣ୍ଣାୟକ ହେବ ବୋଲି କୁହାଯାଇଛି । ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦେବାପାଇଁ ୨ ଥର ଡେଥ୍ ୱାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଏହା କ।ର୍ଯ୍ୟକ।ରୀ ହୋଇପାରିନାହିଁ । ତୃତୀୟ ଡେଥ୍ ୱାରେଣ୍ଟ ଜାରି କରାଯିବା ପାଇଁ ତିହାର ଜେଲ୍ ପ୍ରଶାସନ ପକ୍ଷରୁ ଆଜି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଆବେଦନ କରାଯାଇଛି । ସେ ମଧ୍ୟ କହିଥିଲେ ଯେ ଇତିମଧ୍ୟରେ ଚାରିଜଣଙ୍କ ମଧ୍ୟରୁ ୩ ଜଣ ଅପରାଧିଙ୍କ କ୍ଷମା ଆବେଦନକୁ ରାଷ୍ଟ୍ରପତି ମଧ୍ୟ ଗ୍ରହଣ କରିନାହାନ୍ତି । ଜଷ୍ଟିସ ଏନ୍.ଭି. ରମଣନା, ସଞ୍ଜିବ ଖାନ୍ନା ଓ କ୍ରିଷ୍ଣ ମୁରାରିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ