ବିବାଦରେ ତାମିଲନାଡୁର ମନ୍ତ୍ରୀ ଶ୍ରୀନିବାସନ୍‌

ତାମିଲନାଡୁ : ତାମିଲ୍‌ନାଡୁର ଜଣେ ମନ୍ତ୍ରୀ ଚପଲ କାଢିବାକୁ ନେଇ ବିବାଦ ଘେରକୁ ଆସିଛନ୍ତି। ମନ୍ତ୍ରୀ ଜଣକ ଜଣେ ଆଦିବାସୀ ଯୁବକଙ୍କ ଦ୍ବାରା ନିଜ ଚପଲ କଢାଇବାକୁ ନେଇ ବିବାଦରେ ଫସିଛନ୍ତି । ରାଜ୍ୟର ବନ୍ୟ ମନ୍ତ୍ରୀ ଡିଣ୍ଡିଗୁଲା ଶ୍ରୀନିବାସନ୍‌ ନୀଳଗିରି ଜିଲ୍ଲା ସ୍ଥିତ ମଦୁମଲାଇ ନ୍ୟାସନାଲ୍‌ ପାର୍କକୁ ଆସିଥିଲେ । ଏହି ଅବସରରେ ସେ ନିଜ ଚପଲକୁ ଜଣେ ଆଦିବାସୀ ଯୁବକଙ୍କ ଦ୍ବାରା କଢାଇଥିଲେ । ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଆସିବା ପରେ ହଲଚଲ୍‌ ସୃଷ୍ଟି ହୋଇଛି । ତେବେ ମନ୍ତ୍ରୀଙ୍କ ବିରୋଧରେ ୧୯୮୯ ଏସ୍‌ସି/ଏସ୍‌ଟି ଆକ୍ଟ ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି ।
ରାଜ୍ୟର ବନ୍ୟ ମନ୍ତ୍ରୀ ଶ୍ରନିବାସନ୍‌ ମଦୁମଲାଇ ବ୍ୟାଘ୍ର ସଂରକ୍ଷଣରେ ହାତୀ ଥଇଥାନ ସେଣ୍ଟରର ଉଦ୍‌ଘାଟନ କରିବାକୁ ଆସିଥିଲେ । ମନ୍ତ୍ରୀଙ୍କ ସହିତ ରାଜ୍ୟର ସଚିବ ଓ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ସମୟରେ ମନ୍ଦିର ଯିବା ପାଇଁ ମନ୍ତ୍ରୀ ନିଜ ଚପଲକୁ ଜଣେ ଆଦିବାସୀ ଯୁବକଙ୍କ ଦ୍ବାରା କାଢିଥିଲେ । ଏହି ଘଟଣାକୁ ନେଇ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଛି । ଏହି ଭିଡିଓଟି ଆସିବା ପରେ ମନ୍ତ୍ରୀ ଜଣକ ଆଦିବାସୀଙ୍କ ବିରୋଧରେ ଭେଦଭାବ କରିବାର ଆରୋପ ଲଗାଯାଇଛି । ତେବେ ଏହି ଘଟଣାରେ ଏଆଇଡିଏମ୍‌କେ ନେତା କହିଛନ୍ତି ଯେ, ମନ୍ତ୍ରୀ ଜଣକ ଆଦିବାସୀ ଯୁବକଙ୍କ ଦ୍ବାରା ଚପଲ ଉତ୍ତାରିବାକୁ ନେଇ କୌଣସି ଉଦ୍ଦେଶ୍ୟ ନଥିଲ । ମନ୍ତ୍ରୀ ଜଣକ ନିଜ ନାତି ଭାବି ସେହି ଯୁବକଙ୍କୁ ଡକାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ