ପିଏଫଆଇ ସହ ଆପ ଓ କଂଗ୍ରେସର ସମ୍ପର୍କ ଅଛି : ଇଡି
ନୂଆଦିଲ୍ଲୀ: ବିରୋଧୀ କାର୍ଯ୍ୟକଳାପରେ ପିଏଫ୍ଆଇ (ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ) ର ସମ୍ପୃକ୍ତି ନେଇ ଏବେ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଶାହିନ ବାଗ ଆନେ୍ଦାଳନ ପଛରେ ପିଏଫଆଇର ବଡ଼ ଷଡଯନ୍ତ୍ର ରହିଥିବା ବେଳେ ଏହାର ମୁଖ୍ୟାଳୟ ମଧ୍ୟ ଏହି ଅଞ୍ଚଳରେ ରହିଛି । ତେବେ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ (ଇଡି) ସୂତ୍ରରୁ ଜଣାଯାଇଛି ଯେ ପିଏଫଆଇ ଦିଲ୍ଲୀ ମୁଖ୍ୟ ମହମ୍ମଦ ପରୱେଜ ଅହମ୍ମଦ ଆପ ନେତା ସଂଜୟ ସିଂହ ଏବଂ ବରିଷ୍ଠ କଂଗ୍ରେସ ନେତା ଉଦିତ ରାଜଙ୍କ ସମେତ ବହୁ କଂଗ୍ରେସ ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ପରୱେଜ ଅହମ୍ମଦ ସିଏଏ ବିରୋଧୀ ଆନେ୍ଦାଳନରେ ଅଂଶଗ୍ରହଣ କରିବା ସହ ଆପ୍ ନେତା ସଂଜୟ ସିଂହଙ୍କ ସହ ବ୍ୟକ୍ତିଗତ ଭାବେ ବୈଠକ, ଫୋନ କଲ ଏବଂ ହ୍ୱାଟସ୍ ଆପ୍ରେ ଚାଟ୍ ମଧ୍ୟ କରୁଛନ୍ତି । ପିଏଫ୍ଆଇ ସହ ସମ୍ପୃକ୍ତି ଥିବା ୭୩ଟି ବ୍ୟାଙ୍କ ଆକାଉଣ୍ଟରେ ୧୨୦ କୋଟି ଜମା ହୋଇଛି । ଅନ୍ୟ ପକ୍ଷରେ ଆପ୍ ନେତା ସଞ୍ଜୟ ସିଂହ ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।


