ପ୍ରଧାନଶିକ୍ଷଙ୍କୁ ନିଲମ୍ବନ ଘଟଣା,ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା ଜାରି, ବର୍ଷାକୁ କଲେନି ଖାତିର
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ଦଲକି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବିରେ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନେ ଗତ ୫ତାରିଖରୁ ଚଳାଇଥିବା ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି । ପ୍ରବଳ ବର୍ଷା ସତ୍ତ୍ୱେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆଜିବି ବିଦ୍ୟାଳୟରେ ତାଲା ପକାଇ ଗେଟ ସମ୍ମୁଖରେ ବସିରହିବାରୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟ ଭିତରକୁ ପସି ନପାରି ବାହାରେ ବସିବସି ଫେରି ଆସିଛନ୍ତି । ତିନିଦିନ ହେଲା ଗ୍ରାମବାସୀମାନେ ଆନ୍ଦୋଳନ ଚଳାଇଥିଳେବି କେହି ଅଧିକାରୀ ଆଜି ପର୍ଯ୍ୟନ୍ତ ଘଟଣାସ୍ଥଳକୁ ନଯାଇ ଏହା ନିଲମ୍ବିତ ପ୍ରଧାନ ଶିକ୍ଷକ କରାଉଥିବା କହିବା ଗ୍ରାମବାସୀଙ୍କୁ ଉତ୍ତ୍ୟେକ୍ତ କରିଛି । ଶିକ୍ଷା ବିଭାଗରେ ସିଆରସିସି, ଏବିଇଓ, ବିଇଓ ଏବଂ ଡିଇଓ ଭଳି ଅଧିକାରୀ ମାନେ ରହିଥିବାବେଳେ ଗୋଟିଏ ସ୍କୁଲ ୩ଦିନ ହେଲା ବନ୍ଦ ହୋଇଥିଲେବି ଅଧିକାରୀ ମାନେ ଘଟଣାସ୍ଥଳକୁ ନଯିବା ଗାଁ ଲୋକ କି ଅଭିଭାବକଙ୍କ ସହ ଏନେଇ ଆଲୋଚନା ନକରିବା ପରିତାପର ବିଷୟ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି ।ଏଠାରେ ସୁଚନାଯୋଗ୍ୟ ଯେ ଜଣେ ବହିସ୍କୃତ ପାଚିକାକୁ ପୁନଃ ନିଯୁକ୍ତି କରିବାକୁ ପ୍ରଧାନ ଶିକ୍ଷକଙ୍କୁ ବାଧ୍ୟ କରିବାପରେ ସଂପୃକ୍ତ ପାଚିକାକୁ ବିଦ୍ୟାଳୟ କମିଟି ପୁନଃ ନିଯୁକ୍ତି ନଦେବାରୁ ବ୍ଲକ ଶିକ୍ଷା ଅଧିକାରୀ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଗତ ମଙ୍ଗଳବାର ଦିନ ନିଲମ୍ବିତ କରିଥିଲେ । ପରିଚାଳନା କମିଟି ବହିସ୍କୃତ ପାଚିକାକୁ ରଖିବାକୁ ଚାହୁଁ ନଥିବାବେଳେ କାହା ସ୍ୱାର୍ଥରେ ବିଇଓ ସଂପୃକ୍ତ ପାଚିକାକୁ ରଖିବାକୁ କହୁଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ସ୍କୁଲ ପରିଚାଳନା କମିଟିର ସଦସ୍ୟମାନେ କହିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ କମିଟି ସଭାପତି ଚକ୍ରଧର ହୋ, ଉପାଧ୍ୟକ୍ଷା ଅବଳା ନାଏକ, ପାଗଳ ନାଏକ, ସୁରେଶ ନାଏକ, ସୁରୁ ହୋ, ସୁରୁ ମହାକୁଡ, ଚାନ୍ଦୁ ହୋ, ବାଗୁନୁ ହୋ, ଲଦର ହୋ, ଜୟରାମ ମହାକୁଡ, ପାଣ୍ଡା ହୋ, ମେଙ୍କ ପ୍ରଧାନ, ସବିତା ପ୍ରଧାନ, ବାଗୁନୁ ହୋ, କାଳନ୍ଦୀ ନାଏକ, ସନ୍ତ ଗିରି, ଜଲେ ହୋ, ବୁଡେନ ସିଂ ପୁର୍ତ୍ତି, ଜୟା ହୋ, ରେଗା ହୋ, ବିଜୟ ହୋ, ତୁରାମ ହୋ, ସୁଧାକର ପ୍ରଧାନ, ଦାଶରଥି ପ୍ରଧାନ, ସୋମବାରୀ ହୋ ପ୍ରମୁଖ କହିଛନ୍ତି ।