ପ୍ରଭୂ ଦଧିବାମନଜୀଉଙ୍କ ବାହୁଡା଼ଯାତ୍ରା

ହାଟଡ଼ିହି, (ଓ୍ବାଇଏନଏସ)  : ହାଟଡିହି ବ୍ଲକ ବଞ୍ଚୋରେ ପ୍ରଭୂ ଦଧିବାମନଜୀଉଙ୍କ   ପବିତ୍ର ବାହୁଡ଼ାଯାତ୍ରା ଆଜି ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।  ଆଜି ସକାଳୁ ପଣ୍ତିତ ରଧାଗୋବିନ୍ଦ ଦାଶ, ଆନନ୍ଦ ଚନ୍ଦ୍ର ଦାଶ, ସନାତନ ପଣ୍ଡା , ବୀରବର ପାଢ଼ୀ, ବାବୁ ପାଢ଼ୀ, ନନ୍ଦ କିଶୋର ଦାଶ, ଜଗନ୍ନାଥ ଦାଶଙ୍କ ଦ୍ୱାରା ମାଉସୀ ମାଙ୍କ ମନ୍ଦିରରେ ପହିଲିଧୂପ, ମଙ୍ଗଳ ଆଳତୀ, ପହିଲି ଭୋଗ ସହିତ ସମସ୍ତ ରୀତିନୀତି ମତେ ପ୍ରଭୁଙ୍କର ପୂଜାକାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଶହ ଶହ ଶ୍ରଦ୍ଧାଳୁ ପ୍ରଭୁଙ୍କ ପାଖରେ ଭୋଗ ଲାଗି କରିଥିଲେ। ପ୍ରଥମେ ବଳଭଦ୍ର, ପରେ ପରେ ସୁଭଦ୍ରା ଓ ଶେଷରେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଥିଲା । ଅପରାହ୍ନ ୪ଟାରେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା ଛେରାପହଁରା କରିଥିବାବେଳେ , ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ହାଟଡିହି ତହସିଲଦାର ସଞ୍ଜୟ ସାମନ୍ତରାୟ, କୋଠ ତହସିଲଦାର ଦିପ୍ତିମୟୀ ସାହୁ, ଦେବୋତ୍ତର ବିଭାଗର ଅଧିକାରୀ ଅଶୋକ କୁମାର ଷେଣ୍ଢ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।  ୪ଟା ୩୦ମିନିଟ ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ।  ଆଖ ପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଆନନ୍ଦ ଉହ୍ଲାସ ସହକାରେ ରଥକୁ ଟାଣି ଟାଣି  ପ୍ରଭୁ ଦଧିବାମନଜୀଉଙ୍କ ମନ୍ଦିର ନିକଟକୁ ନେଇଯାଇଥିଲେ । ପ୍ରାଣ ବଲ୍ଲ୍ଳବ ପାଢ଼ୀ, ଡ.ଅଶୋକ ପୁହାଣ, ରତିକାନ୍ତ ରାଉତ, ସୁଧାଶୁଂ ରାଉତ, ଜ୍ଞାନ ରଞନ ସାମନ୍ତ ସିଂହାର, ମାର୍କଣ୍ଡ ଚରଣ ଓଝା, ପ୍ରଶାନ୍ତ ପଟ୍ଟନାୟକ, ସନାତନ ଓଝା,  ଶଶାଙ୍କ ଶେଖର ପୁହାଣ,  ଛବିନ୍ଦ୍ର ନାୟକ,  କିର୍ତ୍ତନ ବିହାରି ନାୟକ, ଅନାମ ଚରଣ ବରାଳ, କମଳ ଲୋଚନ ବିଶ୍ୱାଳ, ବିମଳ କିଶୋର ଜେନା, ଗିରିଧାରି ପଟ୍ଟନାୟକ, ବିକ୍ରମ ଦେବ ରାଉତ ରାୟ, ଚିନ୍ତାମଣୀ ରାଉତ, ସୁଧାକର ଓଝା,  ମୁକେଶ ରାଉତ, ସତ୍ୟାନନ୍ଦ ବରାଳ, ହିମାଦ୍ରୀ ରାଉତ, ସୁଶାନ୍ତ ବିଶ୍ୱାଳ ଯୁଦ୍ଧିଷ୍ଠିର ରାଉତଙ୍କ ସମେତ ସମସ୍ତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  । ଏହି ବାହୁଡା଼ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ନନ୍ଦିପଦା ଥାନା ଇନ୍ସପେକ୍ଟର ବଳିଆ ବାରିକଙ୍କ ନେତୃତ୍ୱରେ ବ୍ୟାପକ  ପୁଲିସ ମୃତୟନ କରଯାଇଥିଲା। ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ବିଦ୍ୟୁତ୍ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା । ଆସନ୍ତା କାଲି କମିଟି ପକ୍ଷରୁ ସୁନାବେଶର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ