ସାପ କାମୁଡ଼ାରେ ଚାଷୀଙ୍କ ମୃତ୍ୟୁ
ହାଟଡିହି (ଓ୍ବାଇଏନଏସ): ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି l ମୃତକ ହେଉଛନ୍ତି ହାଟଡିହି ବ୍ଲକ ଆନନ୍ଦପୁର ଥାନା ଅନ୍ତର୍ଗତ ବଞ୍ଚୋ ଗ୍ରାମର ଅନାମ ଚରଣ ରାଉତ (୫୦)l ଅନାମ ଗତକାଲି ସନ୍ଧ୍ୟାରେ ବାଡ଼ି ପଟକୁ ଯାଇଥିବାବେଳେ ପାଦକୁ କଣ ଗୋଟେ କାମୁଡି ଦେଇଥିଲା l ସେ ଏହାକୁ ଗୁରୁତ୍ୱ ନଦେଇ ଖାଈ ପିଇ ସୋଇଥିବା ବେଳେ ହଟାତ ମୁଣ୍ଡ ଓ଼ ଦେହ କଣ ହେଇଯାଉଛି କହିବା ସହ ଗୁରୁତର ହୋଇ ପଡ଼ିଥିଲେ। ରାତି ସାଢେ ୩ଟା ସମୟ ରେ ପରିବାର ଲୋକେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ଡାକ୍ତରଖାନାରେ ପହଞ୍ଚି ଡାକ୍ତରଙ୍କ ସହ ଆଲୋଚନା କରି ପୋଲିସକୁ ସୂଚନା ଦେଇଥିଲେ। ଆନନ୍ଦପୁର ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଦେହକୁ ବ୍ୟବଚ୍ଛେଦ କରାଇଛି। ତାଙ୍କ ପରଲୋକରେ ଗ୍ରାମରେ ଶୋକ ପ୍ରକାଶ ପାଇଛି l


