ଶାକାହାରୀ ବ୍ୟକ୍ତି ଅଧିକ ସହନଶୀଳ

ଶାରୀରିକ ବୃଦ୍ଧି ପାଇଁ ପ୍ରୋଟିନ୍ର ଆବଶ୍ୟକତା ଖୁବ୍ ଅଧିକ । ଯାହା କେବଳ ପ୍ରଚୁର ପରିମାଣରେ ଶାକାହାର ଭୋଜନରୁ ହିଁ ମିଳିଥାଏ । ମାଂସାହାରୀ ବ୍ୟକ୍ତିଙ୍କ ଅପେକ୍ଷା ଶାକାହାରୀ ବ୍ୟକ୍ତିଙ୍କ ବୁଦ୍ଧି, ଜ୍ଞାନ ଓ ଧୈର୍ଯ୍ୟ ଅଧିକ ଶକ୍ତିଶାଳୀ । ଲଣ୍ଡନ ସ୍ଥିତ ଶାକାହାରୀ ସଂଘ ପକ୍ଷରୁ ଉଭୟ ମାଂସହାରୀ ଓ ଶାକାହାରୀଙ୍କ ଶାରୀରିକ ଏବଂ ମାନସିକ ସ୍ଥିତିକୁ ନେଇ ଏକ ସର୍ବେକ୍ଷଣ କରାଯାଇଥିଲା । ସେଥିରୁ ଜଣାଗଲା ଯେ ଶାକାହାରୀ, ଲୋକମାନେ ଅଧିକ ପରିଶ୍ରମୀ, ଦୀର୍ଘଜୀବୀ ଓ କ୍ୱଚିତ୍ ରୋଗାକ୍ରାନ୍ତ ହୁଅନ୍ତି । ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ ଧୌର୍ଯ୍ୟ ଓ ସହନଶୀଳତା ଦରକାର, ଯାହା କେବଳ ଶାକାହାରୀଙ୍କ ପାଖରେ ପରିଲିକ୍ଷିତ ହୋଇଥାଏ । ମାଛ ମାଂସ ଶରୀରରେ ଅଧିକ ଅମ୍ଳ ସୃଷ୍ଟି କରେ । ମାଂସରୁ ହାଡ଼, ରକ୍ତ ସଫା କଲା ପରେ ଏବଂ ରାନ୍ଧିବା ଦ୍ୱାରା ମାଂସରେ ଯେତେ ପରିମାଣର ଧାତବ ଲବଣ ଥାଏ ତାହା ନଷ୍ଟ ହୋଇଯାଏ । ଅଫିମ, କୋକେନ୍, ମଦ ଇତ୍ୟାଦି ନିଶା ଦ୍ରବ୍ୟ ଭଳି ମାଂସ ଆହାରରେ ମଧ୍ୟ ଉତ୍ତେଜକ ପଦାର୍ଥମାନ ରହିିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ