ମା’ ସିଦ୍ଧିଦାତ୍ରୀ ସିଦ୍ଧିଦାୟିନୀ
ନବରାତ୍ରର ଶୁକ୍ଳ ମହାନବମୀ ତିଥିରେ ଦେବୀ ଦୁର୍ଗାଙ୍କ ନବମା ଶକ୍ତି ସ୍ୱରୂପା ସିଦ୍ଧିଦାତ୍ରୀଙ୍କୁ ଭକ୍ତମାନେ ଅତି ଭକ୍ତି ସହକାରେ ପୂଜନ କରିଥାନ୍ତି । ଏହି ଦେବୀଙ୍କ କାନ୍ତି ଅତ୍ୟନ୍ତ ସୌମ୍ୟା ଅଟେ। ସେ ପଦ୍ମାସନରେ ବିରାଜିତା ଏବଂ ଚତୁର୍ଭୁଜା ଅଟନ୍ତି । ଦେବୀ ହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି । ମା’ଙ୍କ ସ୍ଵରୂପକୁ ଚନ୍ଦ୍ର ସହ ତୁଳନା କରି କବି କହିଛନ୍ତି ଯେ:
ଶୁଭ୍ର ଶଶୀ ଆଭା ଶରୀରର ଶୋଭା ସନାତନୀ ଚତୁର୍ଭୁଜା ।
ଶୁଦ୍ଧ ସ୍ୱରୂପିଣୀ ସିଦ୍ଧି ପ୍ରଦାୟିନୀ ସିଦ୍ଧିଦାତ୍ରୀ ସଦା ପୂଜ୍ୟା ।।
ମାଆଙ୍କ ନାମର ଯଥାର୍ଥ ହେଉଛି : ‘ସିଦ୍ଧି’ ଶବ୍ଦର ଅର୍ଥ ଅଲୌକିକ ଶକ୍ତି ବା ସଫଳତା ଏବଂ ‘ଦାତ୍ରୀ’ ମାନେ ପ୍ରଦାନ କାରିଣୀ, ଯିଏ ନିଜର ଭକ୍ତମାନଙ୍କୁ ସମସ୍ତ ପ୍ରକାର ସିଦ୍ଧି ଓ ସୁଖ-ଶାନ୍ତି ପ୍ରଦାନ କରନ୍ତି, ସେହି ମାଆ ହିଁ ସିଦ୍ଧିଦାତ୍ରୀ ଅଟନ୍ତି।
ଏହି ପୂଜ୍ୟାମାତା ତପସ୍ଵୀ ସ୍ଵରୂପା , ମା’ଙ୍କ ପୂଜା ସହିତ ନବରାତ୍ରର ନବଦୁର୍ଗା ପୂଜା ସମ୍ପର୍ଣ୍ଣ ହୋଇଥାଏ ।
ଶାରଦୀୟ ପବିତ୍ର ନବରାତ୍ରର ମହାନବମୀରେ ସାଧକ , ଯୋଗୀ ଓ ଭକ୍ତମାନେ ଶୁଚିମନ୍ତ ହୋଇ, ମନକୁ ନିର୍ଵାଣଚକ୍ରରେ ରଖି ନିମ୍ନ ଲିଖିତ ଶ୍ଳୋକ ପାଠକରି ମା’ଙ୍କ ଧ୍ୟାନ କରନ୍ତି:
ସିଦ୍ଧଗନ୍ଧର୍ଵୟକ୍ଷାଦ୍ୟୈରସୁରୈରମରୈରପି ।
ସେଵ୍ୟମାନା ସଦା ଭୂୟାତ୍ ସିଦ୍ଧିଦା ସିଦ୍ଧିଦାୟିନୀ ॥
ଏହାପରେ ସର୍ବପ୍ରଥମେ ପାବନ ପୂଜା କାଳରେ ସମସ୍ତ ଦେବତାଙ୍କୁ ଆବାହନ କରିବା ସହ ଯଥାବିଧି ସହକାରେ ପୂଜକମାନେ ପୂଜାର୍ଚ୍ଚନା କରିଥାନ୍ତି । ନିମନ୍ତ୍ରିତ ଦେବାଦେବୀଙ୍କ ପଞ୍ଚୋପଚାର ପରେ ଦେବୀ ସିଦ୍ଧିଦାତ୍ରୀଙ୍କୁ ଷୋଡ଼ଶ ଉପଚାରେ ପୂଜନ କରାଯାଏ। ଉକ୍ତ ଦିବସରେ କୁମାରୀମାନଙ୍କ ପୂଜନର ବିଧାନ ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ରହିଛି । ନଅ ବର୍ଷ ମଧ୍ୟରେ ଥିବା ନଅ ଜଣ କୁମାରୀଙ୍କୁ ନବଦୁର୍ଗା ରୂପରେ ଚିନ୍ତନ କରି ସେମାନଙ୍କ ଚରଣରେ ଶ୍ରଦ୍ଧାର୍ଘ୍ୟ ଅର୍ପଣ ଓ ବନ୍ଦାପନାଦି କରିବାକୁ ହୋଇଥାଏ। ତତ୍ପଶ୍ଚାତ୍ ସିଦ୍ଧିଦାତ୍ରୀଙ୍କୁ ନଅ ପ୍ରକାରର ଫଳ, ହାଲୁୱା, ପୁରି, କ୍ଷୀରୀ ଓ ନଡ଼ିଆ ଆଦି ଅର୍ପଣ କରାଯାଏ । ଏହାପରେ ମା’ଙ୍କର ବୀଜ ମନ୍ତ୍ର ଜପର ବିଧାନ ରହିଛି ତାହାକୁ ପଠନ ପରେ ରାତ୍ର ସମୟରେ ହୋମ ଓ ଉତ୍ସର୍ଗ ବଳି ପ୍ରଦାନ କରିଣ ନବରାତ୍ର ବ୍ରତକୁ ସମାପନ କରିବାକୁ ହୁଏ । ମା’ ସିଦ୍ଧିଦାତ୍ରୀଙ୍କୁ ଭକ୍ତି ସହକାରେ ପୂଜା କରିବା ଦ୍ବାରା ସମସ୍ତ ମନବାଞ୍ଛା ପୂର୍ଣ୍ଣ ହୋଇଥାଏ ।
ମାର୍କଣ୍ଡେୟ ପୁରାଣ ଅନୁସାରେ ଅଣିମା, ମହିମା, ଗାରିମା, ଲଘିମା, ପ୍ରାପ୍ତି, ପ୍ରାକାମ୍ୟ, ଈଶିତ୍ଵ ଓ ବଶିତ୍ଵ ଏହି ପ୍ରକାର ଅଷ୍ଟ ଗୋଟି ସିଦ୍ଧି ରହିଛି । ମା’ ସିଦ୍ଧିଦାତ୍ରୀ, ଭକ୍ତ ଓ ସାଧକମାନଙ୍କୁ ଏ ସମସ୍ତ ସିଦ୍ଧି ପ୍ରଦାନରେ ସମର୍ଥା ଅଟନ୍ତି । ଦେବୀ ପୁରାଣରେ ଉଲ୍ଲେଖ ରହିଛି ଯେ ଭଗବାନ ଶିବ ମା’ଙ୍କ କୃପାରୁ ଏ ସମସ୍ତ ସିଦ୍ଧି ଲାଭ କରିଥିଲେ ଏବଂ ତାଙ୍କରି ଅନୁକମ୍ପାରୁ ଭଗବାନ ଶିବଙ୍କ ଅର୍ଦ୍ଧେକ ଶରୀର ଦେଵୀ ସ୍ୱରୂପା ହୋଇ ଯାଇଥିଲା । ଉକ୍ତ କାରଣରୁ ସେ ଲୋକରେ ” ଅର୍ଦ୍ଧନାରୀଶ୍ଵର ” ନାମରେ ସୁପ୍ରସିଦ୍ଧ ହୋଇଛନ୍ତି । ଏହି ମା’ଙ୍କ କୃପାଦୃଷ୍ଟିରେ ମନୁଷ୍ୟମାନେ ଅନନ୍ତ ଦୁଃଖ ରୂପ ସଂସାରରେ ଲିପ୍ତ ରହି ବି ସମସ୍ତ ସୁଖକୁ ଭୋଗକରିବା ସହ ମୋକ୍ଷ ଫଳକୁ ପ୍ରାପ୍ତ କରିପାରନ୍ତି। ମା’ଙ୍କ କୃପା କଟାକ୍ଷ ସଦା ସର୍ବଦା ରହିଥାଉ ଏହାହିଁ ପ୍ରାର୍ଥନା।
ଶ୍ରୀଯୁକ୍ତ ହେମନ୍ତ କୁମାର ଗନ୍ତାୟତ
ବରିଷ୍ଠ ଦର୍ଶନ ଅଧ୍ୟାପକ
ଆସିକା*ମା’ ସିଦ୍ଧିଦାତ୍ରୀ ସିଦ୍ଧିଦାୟିନୀ*

ଆସିକା , ଗଞ୍ଜାମ
୯୮୬୧୩୩୪୮୬୮, ଗଞ୍ଜାମ
୯୮୬୧୩୩୪୮୬୮