ଚିକିତ୍ସା ପାଇଁ ଅର୍ଥ ସାଧିଛି ବାଧକ
ବେଲଗୁଣ୍ଠା,(ଶିବରାମ ଚୈାଧୁରୀ,ସନ୍ତୋଷ ବିଶୋୟୀ): ଗଂଜାମ ଜିଲ୍ଲା ବେଲଗୁଣ୍ଠା ଅଂଚଳର କଂସାରୀ ସାହିର ରାମଚନ୍ଦ୍ର ସାହୁଙ୍କ ପୁଅ ଅନନ୍ତ ସାହୁ (୨୪) ଗତ ମାସ ୪ ତାରିଖରେ ସଡକ ଦୁର୍ଘଟଣାରେ ଗୁରୁତର ଆହାତ ହୋଇଥିଲେ । ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଭଂଜନଗର ଡାକ୍ତରଖାନାରେ ଭର୍ତ୍ତିକରାଯାଇଥିଲା ଏହା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତିକରାଯାଇଥିଲା । ସଡକ ଦୂର୍ଘଟଣାରେ ସେ ତାଙ୍କର ମ ୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଚିକିତ୍ସା କ୍ଷେତ୍ରରେ ଅର୍ଥ ବାଧକ ସାଜିଥିବା ବେଳେ ତାଙ୍କ ଚିକିତ୍ସାକୁ ନେଇ ପରିବାର ଚିନ୍ତାରେ ଅଛନ୍ତି । ଘରର ରୋଜଗାରିଆ ପୁଅ ଏଭଳି ସ୍ଥିତିରେ ମେଡିକାଲରେ ପଡିରହିଥିବା ବେଳେ ତାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଥିବାରୂୁ ତାଙ୍କ ପୁଅକୁ କିପରି ଚିକିତ୍ସା କରିବେ ପରିବାର ଚିନ୍ତାରେ ରହିଛନ୍ତି । ଏଥିସହ କୈାଣସି ସହୃୟ ବ୍ୟକ୍ତି ଆହାତ ପରିବାର ବର୍ଗକୁ ଆର୍ଥିକ ସହାୟତା ଦେବାକୁ ଚାହୁଁଥିଲେ “ଆଲୋକ ସାହୁ-୯୭୭୮୩୭୨୮୪୨-ଗୁଗୁଲ ପେ”, ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ବେଲଗୁଣ୍ଠା ଶାଖା,ଆକାଉଣ୍ଟ ନମ୍ବର-୩୦୭୧୪୬୨୬୪୪୫,ଓୠଝଉ-ଝଈଓଘ୦୦୦୨୦୧୮-ଅଲେଖ ସାହୁ ଙ୍କ ପାଖକୁ ପଠାଇବା ପାଇଁ ତାଙ୍କ ପରିବାର ବର୍ଗ ନିବେଦନ କରିଛନ୍ତି ।