ଯନ୍ତାରେ ପଡି ଆତଙ୍କ ସୃଷ୍ଟିକାରୀ ଭାଲୁ
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ସଦର ରେଞ୍ଜ ଅନ୍ତର୍ଗତ ବିକ୍ରମପୁର ବିଟ ଜାମ୍ବଗୁଡା ଅଞ୍ଚଳ ରେ ଆତଙ୍କ ସୃଷ୍ଟି କରିଥିବା ଭାଲୁ ଧରିଲା ବନ ବିଭାଗ । ଗତ କିଛି ଦିନ ହେବ ସଞ୍ଜ ନଇଲେ ଜାମ୍ବଗୁଡା ଅଞ୍ଚଳ ରେ ଖାଦ୍ୟ ଅନ୍ୱେଷଣ ରେ ଗ୍ରାମ ଭିତରକୁ ପଶି ଆସି ଏକ ଭାଲୁ ଗ୍ରାମବାସୀ ଙ୍କ ଘର ଭିତରକୁ ପଶିବା ସହିତ ଗ୍ରାମରେ ଥିବା ଦୋକାନ ଘର ଥିବା ଖାଦ୍ୟ ଖାଇ ଜିନିଷ ସବୁ ଭଙ୍ଗାରୁଜା କରି ଚାଲିଯାଉଥିଲା । ଏନେଇ ଗ୍ରାମବାସୀ ମାନେ ବନ ବିଭାଗ କର୍ମଚାରୀ ଙ୍କୁ ଜଣାଇବା ପରେ ବନ ବିଭାଗ ର ବନ୍ୟ ଜନ୍ତୁ ଉଦ୍ଧାରକାରୀ ଦଳ ଭାଲୁ ର ଗତି ବିଧି ଉପରେ ନଜର ରଖିବା ସହିତ ଗ୍ରାମର ଏକ ନାଳ ଭିତରେ ରହିଥିବା ଭାଲୁକୁ ଯନ୍ତା ପକାଇ ଧରିବାରେ ସକ୍ଷମ ହୋଇଥିଲା । ଏବଂ ଏକ ଅଜଣା ସ୍ଥାନ ରେ ରଖି ଚିକିତ୍ସା ପରେ ବଣ ଭିତରକୁ ଛଡ଼ାଯିବ ବୋଲି ସୂଚନା ଦେଇଛନ୍ତି ବନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି ।


