ସିଦ୍ଧ ବିନାୟକ ମନ୍ଦିର, ବିଗ୍ରହ ପ୍ରତିଷ୍ଠା ଉତ୍ସବ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ବ୍ଲକ କରସିଙ୍ଗ ଗ୍ରାମରେ ସିଦ୍ଧ ବିନାୟକ ମନ୍ଦିର ସହ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଙ୍କୁରାରୋପଣ,ବନଯୋଗ,ବନାଧିବାସ,ଅଗ୍ନି ସଂସ୍କାର ପରେ ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଦେବତା ଅଧିବାସ ,ରତ୍ନମୁଦ,ପ୍ରାଣ ପ୍ରତିଷ୍ଠା ପରେ ବିଗ୍ରହଙ୍କ ନଗର ପରିକ୍ରମା ସିଂହାସନ ଆରୋହଣ,ପୂର୍ଣ୍ଣାହୁତି  କରାଯାଇଥିବା ବେଳେ ଏହି ଦେବ କାର୍ଯ୍ୟ  ଗତ ୨ ତାରିଖ ଠାରୁ  ଆରମ୍ଭ ହୋଇ ଗୁରୁବାର ଉଦଯାପିତ ହୋଇଛି । ଏହି ମହାନ୍ କାର୍ଯ୍ୟକୁ ମୁଖ୍ୟ ପ୍ରଚାରକ  ରୁପେ ପଣ୍ଡିତ  ମଳୟ ମିଶ୍ର,ଅନନ୍ତ କର, ବିଭୁ୍‌ତି ଭୁଷଣ ତ୍ରୀପାଠି,କାହ୍ନୁ ମିଶ୍ର,ଅରୁପ ବିହାରୀ ଆଚାର୍ଯ୍ୟ,ବିନାୟକ ଶତପଥି,ବିରୁପାକ୍ଷ ଷଡଙ୍ଗୀ,ଯୋଗୀନାଥ କର ,ସତ୍ୟନାରାୟଣ ମିଶ୍ର,ମନୋରଂଜନ ଆଚାର୍ଯ୍ୟ,ଦାଇତ୍ୱ ତୁଲାଇଥିଲେ ।ମନ୍ଦିର ପ୍ରତିଷ୍ଠାତ୍ରୀ ସୁମତୀ ପ୍ରଧାନ, ମୁକୁନ୍ଦ ନାୟକଙ୍କ ସମେତ କରସିଙ୍ଗ ଗ୍ରାମବାସୀ ସଂମ୍ପୂର୍ଣ୍ଣ ସହଯୋଗ କରିଥିଲେ ।ଏଥିସହ ଏହି ଦେବତା କାର୍ଯ୍ୟ ଦର୍ଶନ କରିବା ନିମନ୍ତେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲେ । ଗ୍ରାମ ସଂମ୍ପୁର୍ଣ୍ଣ ଆଧାତ୍ମିକ ପରିବେଶ ରେ ହସ ଖୁସିର ସହ  ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ