ନବବଧୂର ଆତ୍ମହତ୍ୟା ହତ୍ୟା ଅଭିଯୋଗ ଆଣିଲେ ଝିଅର ବାପା

ପିପିଲି (ଆପ୍ର): ପିପିଲି ପୌରାଞ୍ଚଳ ୮ନଂ ୱାଡ଼ ର ଭବାନୀପୁର ସିଂହସାହିର ଜଣେ ନବବଧୂ ଓଢ଼ଣୀରେ ସାହାଯ୍ୟରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛି । ଘରଲୋକ ଦେଖିବା ପରେ ତାକୁ ପିପିଲି ସରକାରୀ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଛି । ପୁଲିସ ଠାରୁ ପ୍ରକାଶ ଯେ, ଦୁଇ ବର୍ଷ ତଳେ ସିଂହସାହିର ବ୍ରଜବନ୍ଧୁ ସିଂଙ୍କ ପୁତ୍ର ଅଶୋକ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପାଞ୍ଚ ଗାଁର ପ୍ରଦୀପ କୁମାର ସିଂଙ୍କ ଝିଅ ସ୍ୱାଗତିକାକୁ ବିବାହ କରିଥିଲେ । ବିବାହ ପରେ କିଛି ଦିନ ଭଲରେ କଟିଥିଲା । ପରେ ପରିବାର ମଧ୍ୟରେ କଳହ ଲାଗିରହିଲା । ଏହି କଳହକୁ କେନ୍ଦ୍ର କରି ସ୍ୱାଗତିକା ଗତକାଲି ରାତିରେ ଆତ୍ମହତ୍ୟା କରିଛି । ମାତ୍ର ସ୍ୱାଗତିକାର ବାପା ପ୍ରଦୀପ କୁମାର ସିଂ ଅଭିଯୋଗ କରିଛନ୍ତିି ଅଧିକ ଯୌତୁକ ଦାବି କରି ସ୍ୱାଗତିକାକୁ ବାରମ୍ବାର ନିର୍ଯାତନା ଦିଆଯାଇଥିଲ । ଶାଶୁ ଶାନ୍ତିଲତା ସିଂ ଏବଂ ସ୍ୱାମୀ ଆଶୋକ ସିଂଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରି ସ୍ୱାମୀ ଅଶୋକକୁ ଅଟକ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ