ଶତ୍ରୁଘ୍ନ ମଲ୍ଲିକଙ୍କ ଶ୍ରଦ୍ଧାଞ୍ଜଳି ସଭା
ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଶାଳବଣି ଗ୍ରାମର ବରିଷ୍ଠ ନାଗରିକ ତଥା ଧର୍ମପରାୟଣ ବ୍ୟକ୍ତି ଶତ୍ରୁଘ୍ନ ମଲ୍ଲିକଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାରଙ୍କ ସମେତ ଭୁବନେଶ୍ୱର, କେନ୍ଦୁଝର, ହାଟଡିହି ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ଶତ୍ରୁଘ୍ନ ମଲ୍ଲିକଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ଏଥିରେ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ସାମିଲ ହୋଇଥିଲେ। ହାଡ଼ିବନ୍ଧୁ ମଲ୍ଲିକ, ସୁଦର୍ଶନ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ରମାକାନ୍ତ ମଲ୍ଲିକ, ଜୟଦେବ ମଲ୍ଲିକ, ଶରତ ମଲ୍ଲିକ ଓ ସୁନିଲ ମଲ୍ଲିକଙ୍କ ସମେତ ସମସ୍ତ ଆତ୍ମୀୟସ୍ୱଜନ ଓ ପରିବାରବର୍ଗ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


