ସିଙ୍ଗାପୁର ପଲିଟେକନିକ୍ସ୍-ଟେରା ଓରିଏଣ୍ଟ ସ୍କିଲ୍ ଏକାଡେମୀ ଚୁକ୍ତି
ନୂଆଦିଲ୍ଲୀ, (ଏଜେନ୍ସି): ଭାରତୀୟ ପ୍ରତିଭାମାନଙ୍କ ଦକ୍ଷତା ବିକାଶ ପାଇଁ ଜାତୀୟ ସ୍କିଲ୍ ଡେଭଲ୍ପମେଣ୍ଟ୍ କର୍ପୋରେସନ୍(ଏନ୍ଏସ୍ଡିସି) ପକ୍ଷରୁ ସିଙ୍ଗାପୁର ପଲିଟେକନିକ୍ସ ଏବଂ ଟେରା ଓରିଏଣ୍ଟ ସ୍କିଲ୍ ଏକାଡେମୀ ସହିତ ଚୁକ୍ତି ହୋଇଛି । ଏହା ଅନ୍ତର୍ଗତ ବେଙ୍ଗାଲୁର ଠାରେ ଶିକ୍ଷାର୍ଥୀଙ୍କୁ ଦକ୍ଷତା ବିକାଶ ଶିକ୍ଷା ପ୍ରଦାନ କରାଯିବ । ଭବିଷ୍ୟତରେ ଶିକ୍ଷାର୍ଥୀଙ୍କୁ ନିଯୁକ୍ତି ସୁଯୋଗ ବି ଉପଲବ୍ଧ କରାଯିବ । ଏରୋସ୍ପେଶ୍ ଏବଂ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଦକ୍ଷ ଯୁବବର୍ଗଙ୍କୁ ସାମିଲ୍ କରାଯିବ । ଏରୋ ସ୍କିଲ୍ ସେମିନାର-୨୦୧୯ ବେଙ୍ଗାଲୁରର ୟେଲେହାଙ୍କା ଏୟାର ଫୋର୍ସ ଷ୍ଟେସନ୍ରେ ଆୟୋଜିତ ହେଉଥିବା ଅବସରରେ ଏମ୍ଏସ୍ଡିଇ ଡିଜି-ଡିଜିଟି ରାଜେଶ ଅଗ୍ରୱାଲ, ଏନ୍ଏସ୍ଡିସି ସିଏଫ୍ଓ ପ୍ରକାଶ ଶର୍ମା, ସିଙ୍ଗାପୁର ପଲିଟେକନିକ୍ସ ଅଧ୍ୟକ୍ଷ ତଥା ସିଇଓ ସୋ ୱାଇ ୱା, ଟେରା ଓରିଏଣ୍ଟ ପ୍ରାଇଭେଟ୍ ଲିମିଟେଡ଼୍ର ଅଧ୍ୟକ୍ଷ ସୁରେଶ ରାମନାଥନ୍ ଉପସ୍ଥିତ ଥିଲେ । ଏନ୍ଏସ୍ଡିସି, ସିଙ୍ଗାପୁର ପଲିଟେକନିକ୍ସ୍ ଏବଂ ଟେରା ଓରିଏଣ୍ଟ ସ୍କିଲ୍ ଏକାଡେମୀ ମଧ୍ୟରେ ହୋଇଥିବା ଏହି ବୁଝାମଣା ଦ୍ୱାରା ଭାରତୀୟ ଯୁବବର୍ଗଙ୍କୁ ଆବଶ୍ୟକ ତାଲିମ୍ ପ୍ରଦାନ କରାଯାଇ ଘରୋଇ ତଥା ବିଦେଶରେ ନିଯୁକ୍ତି ପ୍ରଦାନ କରାଯିବ । ତେବେ ଏରୋ ସ୍ପେଶ୍ ଆଭିଏସନ୍ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର । ଏହି କ୍ଷେତ୍ରରେ ଭାରତୀୟ ଯୁବବର୍ଗଙ୍କୁ ତାଲିମ୍ ଉପଲବ୍ଧ କରାଯାଇ ଏକ ଦକ୍ଷତ ମାନବ ସମ୍ବଳ ସୃଷ୍ଟି କରାଯାଇ ପାରିବ । ଏହା ଦେଶର ବହୁବିଧ ଆବଶ୍ୟକତାକୁ ପୁରଣ କରିବାକୁ ସକ୍ଷମ । ଏନ୍ଏସ୍ଡିସି ଯୋଜନାବଦ୍ଧ ଭାବେ ସିଙ୍ଗାପୁର ପଲିଟେକନିକ୍ସ୍ ଏବଂ ଟେରା ଓରିଏଣ୍ଟ ସହିତ ଚୁକ୍ତି କରି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦିତ କରିଛି । ଏହାଦ୍ୱାରା ଭାରତୀୟ ଯୁବବର୍ଗଙ୍କୁ ଏରୋସ୍ପେଶ୍ ଏବଂ ଆଭିଏସନ୍ କ୍ଷେତ୍ରରେ ତାଲିମ୍ ପ୍ରଦାନ କରାଯାଇ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରାଯାଇପାରିବ । ଏହା ଦ୍ୱାରା ଯୁବବର୍ଗ ବେଶ୍ ଉପକୃତ ହୋଇପାରିବେ । ଏହି ଚୁକ୍ତି ଦ୍ୱାରା ଯୁବବର୍ଗଙ୍କୁ ଦକ୍ଷତା ବିକାଶ ସମ୍ପର୍କରେ ଆବଶ୍ୟକ ତାଲିମ୍ ପ୍ରଦାନ କରାଯିବ । ଏରୋ ସ୍କିଲ୍ ସେମିନାରରେ ଭାରତୀୟ ବାୟୁସେନା, ବାର୍ଡ଼ ଏକାଡେମୀ, ଏମ୍ଆରଓ ଆସୋସିଏସନ୍ ଇଣ୍ଡିଆ, ହିନ୍ଦୁସ୍ଥାନ ଏରୋନେଟିକ୍ସ୍, ଜେଟ୍ ସେଟ୍ ଗୋ ଆଭିଏସନ୍ ସର୍ଭିସ୍ ଓ ଏରୋସ୍ପେଶ୍ ଆଣ୍ଡ୍ ଅଭିଏସନ୍ ଆଦି ୨୦ରୁ ଅଧିକ ଅଂଶୀଦାର ଅଂଶଗ୍ରହଣ କରିଥିଲେ ।