ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସୁରତରେ ପୋଲସରା ବିଧାୟକ, ଓଡ଼ିଆ ଶ୍ରମିକଙ୍କ ମରଶରୀର ବିମାନ ଯୋଗେ ଆସିବ ଓଡ଼ିଶା

ପୋଲସରା – ଗତ ଶୁକ୍ରବାର ରାତ୍ର ପ୍ରାୟ ୯ ଘଣ୍ଟା ସମୟରେ ସୁରତ ଡାଇମଣ୍ଡ ନଗର ଅନ୍ତର୍ଗତ ମୟୁର ଭାଇ ଖାତା ସୂତାକଳରେ କାର‌୍ୟ୍ୟରତ ଓଡ଼ିଆଶ୍ରମିକ ପ୍ରଫୁଲ ସେଠୀ(୫୦)ଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିଲା।ଏନେଇ ସୁରତର ପ୍ରବାସୀ ଓଡ଼ିଆ ନେତା ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଶ୍ରମିକ ବୃନ୍ଦଙ୍କ ସୁରତ ପୋଲିସ ଓ ପ୍ରଶାସନ ସହ ଆଲୋଚନା ବିଫଳ ହେବା ପରେ ମୃତ୍ୟୁ ଶ୍ରମିକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ସୂତାକଳ ସମ୍ମୁଖରେ ଆନ୍ଦୋଳନ ଜାରି ରଖିବା ସହ ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ଲୋଡିଥିଲେ। ଓଡିଶା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଏକ ପାଞ୍ଚଜଣିଆ ଟିମ ସୁରତରେ ପହଞ୍ଚି ଓଡ଼ିଆ ଶ୍ରମିକ ମାନଙ୍କ ସହ ଆଲୋଚନା କରିଥିଲେ। ଓଡିଶା ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପରେ ଶିମର ସରକାରୀ ମେଡିକାଲକୁ ବିଧାୟକ ଶ୍ରୀକାନ୍ତ ସାହୁ ଯାଇ ପ୍ରଫୁଲଙ୍କ ମରଶରୀରକୁ ଦର୍ଶନ କରିବା ପରେ ଶବ ବ୍ୟବଚ୍ଛେଦ ହୋଇଥିଲା। ଏହାପରେ ବିଧାୟକ ଶ୍ରୀକାନ୍ତ ସାହୁ ସୁରତ କମିଶନରଙ୍କ ସହ ଓଡିଶା ସରକାରଙ୍କ ପ୍ରତିନିଧି ଭାବେ ଓଡ଼ିଆ ଶ୍ରମିକଙ୍କ ସୁରକ୍ଷା ଓ ଅନ୍ୟ ବିଷୟ ଉପରେ ଆଲୋଚନା କରିଥିଲେ। ଆସନ୍ତା କାଲି ବିମାନ ଯୋଗେ ପ୍ରଫୁଲ ସେଠୀଙ୍କ ମର ଶରୀର ଓଡିଶାକୁ ଅଣାଯାଇ ପୋଲସରା ବ୍ଲକ ଭାବରଡ଼ା ଗ୍ରାମରେ ମୃତକଙ୍କ ପରିବାରକୁ ମର ଶରୀର ହସ୍ତାନ୍ତର କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ