ସାରସ୍ଵତ ସାଧକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଗୁରୁ ଦର୍ଶନ ଦିବସରେ ଶ୍ରଦ୍ଧାଞ୍ଜଳୀ ଦେଲେ ହଜାର ହଜାର ଶ୍ରଦ୍ଧାଳୁ
ରାଇରଙ୍ଗପୁର-ଆଜି ସାନ୍ତାଳୀ ସମାଜର ପ୍ରାତଃ ସ୍ମରଣୀୟ ସାରସ୍ଵତ ସାଧକ ତଥା ସାନ୍ତାଳୀ ଲିପି ସ୍ରଷ୍ଟା ସ୍ବର୍ଗତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପବିତ୍ର ଗୁରୁ ଦର୍ଶନ ଦିବସ । ସାନ୍ତାଳୀ ସମାଜରଲୋକେଓଡ଼ିଶା,ଛତିଶଗଡ଼,ପଶ୍ଚିମବଙ୍ଗ,ଆସାମ,ବିହାର, ଛତିଶଗଡ଼, ବିହାରର ବସବାସ କରନ୍ତି । ଗୋଟିଏ ଜାତିର ସଂସ୍କୃତି,କଳା, ପରଂପରା, ଧର୍ମକୁ ଉଜ୍ଜୀବିତ ରଖିଥାଏ ଭାଷା । ମହାନ ସାରସ୍ଵତ ସାଧକ ପଣ୍ଡିତ ରଘୁନାଥ ମୁର୍ମୁ ଲିପି ସୃଷ୍ଟି କରି ସମଗ୍ର ବିଶ୍ବରେ ବସବାସ କରୁଥିବା ଲୋକଙ୍କୁ ଗୋଟିଏ ସୂତାରେ ବାନ୍ଧି ରଖିଛନ୍ତି ।ସେହି ମହାନ୍ ଗୁରୁଙ୍କ ଦର୍ଶନ ପାଇଁ ଏବଂ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସମଗ୍ର ଭାରତରୁ କୋଣ ଅନୁକୋଣରୁ ଆଜି ପାରଂପରିକ ବେଶଭୂଷାରେ ଆସି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧୀ ପୀଠରେ ଧୂପ,ଦୀପ,ନଡ଼ିଆ କଦଳୀ, ବସ୍ତ୍ର ଦେଇ ଭକ୍ତୀପୂତ ପ୍ରଣାମ ଜଣାଇଥିଲେ ।ମାଦଳର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ । ଝାରଖଣ୍ଡ ରାଜ୍ୟର ପରିବହନ ମନ୍ତ୍ରୀ ଚାମ୍ପାଇ ସୋରେନ, ଝାରଖଣ୍ଡ ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ଅଂଜନୀ ସୋରେନ୍, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ରାଇରଙ୍ଗପୁର ପୂର୍ବତନ ବିଧାୟକ ସାହିବା ସୁଶୀଲ ହାଁସଦା, ମୟୂରଭଞ୍ଜ ପୂର୍ବତନ ଏସଡିସି ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆସି , ସାନ୍ତାଳୀ ଲେଖକ,କବି, ବୁଦ୍ଧିଜୀବୀ ପ୍ରମୁଖ ଆସି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ଭୀମ ରାଓ ମୁର୍ମୁ ଏହି କାର୍ୟ୍ୟକ୍ରମର ମୁଖ୍ୟ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ସଭା ହୋଇଥିଲା । ସେଠାରେ ନାଏକେ ବାବା ମାନଙ୍କୁ ଅତିଥି ଗଣ ସମ୍ବର୍ଦ୍ଧିତ କରିଥିଲେ ।ଦିନ ତମାମ ପ୍ରବଳ ଝିପିଝିପି ବର୍ଷାକୁ ଖାତିର ନ କରି ନିଜର ପ୍ରିୟ ଗୁରୁଙ୍କୁ ଶ୍ରଦ୍ଧାଳୁ ମାନେ ଛୁଟି ଆସିଥିଲେ ।