ଫିଙ୍ଗନ୍ତୁନି ଅଣ୍ଡା ସିଝା ପାଣି
ଅଣ୍ଡା ସିଝାଇସାରିବା ପରେ ଯେଉଁ ପାଣି ରହିଥାଏ, ସେଥିରୁ ଗଛକୁ ପର୍ଯ୍ୟାପ୍ତ ପରିମାଣରେ ମିନେରାଲସ୍ ଓ କ୍ୟାଲସିୟମ ମିଳିଥାଏ । ଅନେକ ଏହି ପାଣିକୁ ନଷ୍ଟ ଭାବି ଫିଙ୍ଗି ଦିଅନ୍ତି । କିନ୍ତୁ ଏହା ଆମର ଉପକାରରେ ଆସିପାରିବ । ଆସନ୍ତୁ ଜାଣିବା । ଅନେକ ଆପାର୍ଟମେଣ୍ଟରେ ରହିଥିବା ଗଛଗୁଡ଼ିକୁ ସିଧାସଳଖ ସୂର୍ଯ୍ୟକିରଣ ମିଳିପାରେ ନାହିଁ । ଏପରି ସ୍ଥିତିରେ ଅଣ୍ଡା ସିଝା ପାଣି ସେହି ଗଛ ମୂଳରେ ଦେଲେ ଏହା ଖୁବ ଭଲ ବଢ଼ିପାରିବ । ଅଣ୍ଡା ସିଝା ପାଣିରେ ଅର୍ଗାନିକ କ୍ୟାଲସିୟମ ଥାଏ ଯାହା ଗଛର ଚେରକୁ ଖୁବ ମଜଭୁତ କରେ । ସିଝାଇବା ବେଳେ ଅଣ୍ଡାକୁ ମିନେରାଲସ୍ ବାହାରି ସେହି ପାଣିରେ ମିଶିଥାଏ । ଏଣୁ ଏହା ଗଛ ପାଇଁ ଭଲ ଖତ ଭଳି ।ଅତି କମ୍ରେ ମାସକୁ ଥରେ ଗଛରେ ଅଣ୍ଡା ସିଝା ପାଣି ଦେବା ଉଚିିତ । ଏହି ପାଣି ଥଣ୍ଡା ହେବା ପରେ ଗଛ ମୂଳରେ ଦେବେ । ଭିନ୍ନ ଭିନ୍ନ ରସାୟନଯୁକ୍ତ ସାର ଦେବା ଅପେକ୍ଷା ଅଣ୍ଡା ସିଝା ପାଣି ଗଛରେ ଦେଲେ ଅଧିକ ଉପକାର ମିଳିଥାଏ । ଏହା ପରିବେଶ ପ୍ରଦୂଷଣ ମୁକ୍ତ ମଧ୍ୟ ।