ଦୂଷିତ ହେବାରେ ଲାଗିଛି ମହେନ୍ଦ୍ରତନୟା ନଦୀ, ପ୍ରତିକାର ପାଇଁ ଜିଲ୍ଲାପାଳଙ୍କୁ ଅବଗତ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପୁରୁଣାପାଟଣା ସହରର ସମସ୍ତ ଅଳିଆ ଆବର୍ଜନାକୁ ଆଣି ଓଡ଼ିଶାର ତଥା ଗଜପତି ଜିଲ୍ଲାର ମହେନ୍ଦ୍ରଗିରିରୁ ଜାତ ମହେନ୍ଦ୍ରତନୟା ନଦୀ ତଟରେ ପକାଯାଉଛି. ଯଦ୍ୱାରା ମହେନ୍ଦ୍ରତନୟା ନଦୀର ଜଳ ତଥା ପରିବେଶ ଗନ୍ଧମୟ ହେବା ସହ ଦୂଷିତ ହେବାରେ ଲାଗିଛି. ମହେନ୍ଦ୍ରତନୟା ନଦୀର ପାଣିକୁ ପାରଳାଖେମୁଣ୍ଡି ସହରବାସୀ ପିଇବା ପାଣି ରୂପେ ବ୍ୟବହାର କରୁଛନ୍ତି. ଆନ୍ଧ୍ରର ଆବର୍ଜନା ଯୋଗୁଁ ନଦୀ ଜଳ ଦୂଷିତ ହୋଇ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ରହିଛି ବୋଲି ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଉଦବେଗର ସହ ପ୍ରକାଶ କରି ଏହା ବିରୋଧରେ ତୁରନ୍ତ ବିହିତ ପଦକ୍ଷେପ ପାଇଁ ଗଜପତି ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ