ବିଶ୍ବ ରକ୍ତ ଦାତା ଦିବସ ପାଳନ
ବାଲେଶ୍ୱର (ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଆନୁକୁଲ୍ୟରେ ବିଶ୍ୱ ରକ୍ତ ଦାତା ଦିବସ -୨୦୨୬ ଉପଲକ୍ଷେ ଜିଲ୍ଲା ରକ୍ତଦାନ କେନ୍ଦ୍ରରୁ ଏକ ସଚେତନତା ରଥ କୁ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ଶ୍ରୀଯୁକ୍ତ ଗିରିଜା ଶଙ୍କର ଦାସ ଏବଂ ରକ୍ତଦାନ କେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ସମଗ୍ର ସହର ପରିକ୍ରମା କରି ଏହି ବିଷୟ ବସ୍ତୁ “ମାନବିକତାର ଗୋଟିଏ ବୁନ୍ଦା, ରକ୍ତଦାନ କରନ୍ତୁ, ଜୀବନ ବଞ୍ଚାନ୍ତୁ ” ଉପରେ ସଚେତନତା ସୃଷ୍ଟି କରିବ। ଜିଲ୍ଲା ତାଲିମ କେନ୍ଦ୍ର ସମ୍ମିଳନୀ କକ୍ଷରେ ସଚେତନତା ସଭା ଆୟୋଜିତ ହୋଇଥିଲା। ଚଳିତ ବର୍ଷର ବିଶ୍ବ ରକ୍ତଦାତା ଦିବସର ବିଷବସ୍ତୁ – “ମାନବିକତାର ଗୋଟିଏ ବୁନ୍ଦା, ରକ୍ତଦାନ କରନ୍ତୁ, ଜୀବନ ବଞ୍ଚାନ୍ତୁ ” ଉକ୍ତ ସଭା ଡାକ୍ତର ଗିରିଜା ଶଙ୍କର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ରକ୍ତଦାତା ସଂଘର ଉଚ୍ଚ ପଦାଧିକାରୀ, ସଦସ୍ୟବୃନ୍ଦ, ରକ୍ତଦାନ କେନ୍ଦ୍ରର ପଦାଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ଶୋଭନା ମହାନ୍ତି ମହୋଦୟା ତାଙ୍କର ଅଭିଭାଷଣରେ କହିଥିଲେ ସମସ୍ତେ ଜୀବନରେ ଅତିକମରେ ଥରଟିଏ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ନିଜକୁ ସମର୍ପଣ କରନ୍ତୁ। ରକ୍ତଦାତା ସଂଘର ସଭାପତି ପ୍ରମୋଦ ଚକ୍ରବର୍ତ୍ତୀ ନିଜ ଭାଷଣରେ କହିଥିଲେ କି ସମଗ୍ର ୪. ୫ କୋଟି ଓଡିଶା ବାସି ଯଦି ଗୋଟାଏ ଗୋଟାଏ ରକ୍ତଦାନ କରନ୍ତି ତେବେ ବିନା ରକ୍ତରେ କାହାରି ଜୀବନ ହାନି ହୁଅନ୍ତା ନାହିଁ। ସଂଘର ସମ୍ପାଦକ ଶ୍ରୀଯୁକ୍ତ ହୃଷିକେଶ ସାହୁ କହିଥିଲେ ଜଣସଚେତନତା ର ଫଳ ସ୍ୱରୂପ ଏହିବର୍ଷ ରକ୍ତର ଆବଶ୍ୟକତାର ଶତକଡା ୯୧ ଭାଗ ରକ୍ତ ସଂଗୃହିତ ହୋଇପାରିଛି। ଏହି ଉଦଯୋଗୀ ମନୋଭାବ ସମସ୍ତଙ୍କ ମନରେ ଥାଉ ବୋଲି ମତ ପୋଷଣ କରିଥିଲେ। ସଭାରେ ଡ଼ାକ୍ତର ସଞ୍ଜୀବ କୁମାର ପ୍ରଧାନ, ଡାକ୍ତର ସରୋଜ ରାଜ, ଡାକ୍ତର ମନୋଜ ସାହୁ,ରକ୍ତଦାନ ଉପରେ ମତ ବ୍ୟକ୍ତ କରିଥିଲେ।


