ରେଳ ବିଭାଗର ଅଣଦେଖା ବିରୁଦ୍ଧରେ ପ୍ରଗତି ମଞ୍ଚ ତରଫରୁ ରେଳରୋକ ପାଇଁ ଦାବିପତ୍ର

ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ପ୍ରଗତି ମଞ୍ଚ ତରଫରୁ ମୁନିଗୁଡାର ତିନିକୋଣିଆ ଛକ ନିକଟରେ ଭୁତଳ ରାସ୍ତା ବା ଅଣ୍ଡର ଗ୍ରାଉଣ୍ଡ ରୋଡ଼ ଓ ରାୟଗଡ଼ ରେଳ ମଣ୍ଡଳର ପରିସୀମାକୁ ରାୟଗଡ଼ ଜିଲ୍ଲାର ମୁନିଗୁଡା ସହ ଶେଷ ଷ୍ଟେସନ ଆମ୍ବାଦଳା ପର୍ଯ୍ୟନ୍ତ ସାମିଲ ଦୁଇଟି ଦାବିକୁ ନେଇ ରେଳରୋକ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି। ଏହି ଅବସରରେ ପ୍ରଗତି ମଞ୍ଚର ସଭାପତି ସି ଏଚ୍ ଗଣେଶ୍ୱର ରାଓ ଓ ସମ୍ପାଦକ ଶିମାଞ୍ଚଳ ପଣ୍ଡାଙ୍କ ନେତୃତ୍ଵରେ ଏକ ୨୦ଜଣିଆ ପ୍ରତିନିଧି ମଣ୍ଡଳୀ ମୁନିଗୁଡାର ତିନିକୋଣିଆ ଛକ ନିକଟରେ ଭୁତଳ ରାସ୍ତା ବା ଅଣ୍ଡର ଗ୍ରାଉଣ୍ଡ ରୋଡ଼ ଓ ରାୟଗଡ଼ ରେଳ ମଣ୍ଡଳର ପରିସୀମାକୁ ରାୟଗଡ଼ ଜିଲ୍ଲାର ମୁନିଗୁଡା ସହ ଶେଷ ଷ୍ଟେସନ ଆମ୍ବାଦଳା ପର୍ଯ୍ୟନ୍ତ ସାମିଲ ଦୁଇଟି ଦାବିକୁ ନେଇ ରେଳରୋକ ପାଇଁ ଏକ ଦାବିପତ୍ର ରେଳବାଇ ମନ୍ତ୍ରୀ ଦିଲ୍ଲୀଙ୍କ ନିକଟକୁ ମୁନିଗୁଡ଼ା ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଏଥିସହ ରେଳ ସୁରକ୍ଷା ବଳ ଓ ରେଳ ବିଭାଗ ଜେନେରାଲ ପୋଲିସ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବି ପତ୍ରରେ ଏହି ଦୁଇଟି ଦାବି ପ୍ରତି ଆସନ୍ତା ଜୁଲାଇ ୪ତାରିଖ ମଧ୍ୟରେ ଯଦି ରେଳ ବିଭାଗ କିଛି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନନିଏ ତେବେ ମଞ୍ଚ ବାଧ୍ୟ ହୋଇ ମୁନିଗୁଡ଼ା ବାସୀଙ୍କ ସହଯୋଗରେ ଜୁଲାଇ ୫ତାରିଖ ସକାଳୁ ରେଳ ରୋକ ଓ ଧାରଣା ଦେବାକୁ ନିଷ୍ପତ୍ତି ନେବେ ବୋଲି ଉଲ୍ଲେଖ ରହିଛି। ଏହି ଦାବି ପତ୍ର ପ୍ରଦାନ ସମୟରେ ପ୍ରଗତି ମଞ୍ଚ ଉପଦେଷ୍ଟା ବିଦ୍ୟାଧର ଦାସ,ସତ୍ୟନାରାୟଣ ରାଓ,ଉପ ସଭାପତି ରାଜୀବ ଲୋଚନ ଦାସ,ସହ ସମ୍ପାଦକ ମନୋରଞ୍ଜନ ଦଳାଇ, କୋଷାଧ୍ୟକ୍ଷ ନନ୍ଦକିଶୋର ପଟ୍ଟନାୟକ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ପରିଛା, ସୁଦାମ ଚରଣ ପଣ୍ଡା,ପ୍ରଭାତ ପାଣିଗ୍ରାହୀ, ବାଲାଜୀ ପାତ୍ର,ଆନନ୍ଦ ରାଓ,ଲାଡ଼ି ଶଙ୍କର,ଦୁଃଖିଶ୍ୟାମ ସୁବୁଦ୍ଧି,ନରେଶ ପାତ୍ର,ସୁଧାକର ମହାରଣା,କେ.ଶ୍ରୀନିବାସ, ଅମ୍ବିକା ନାୟକ,ବଳରାମ ନାୟକ, କ୍ଷମାସାଗର ଦାସ ପ୍ରମୁଖଙ୍କ ସହ ବଣିକ ସଂଘର ସଦସ୍ୟ ମାନେ ଏବଂ ମୁନିଗୁଡ଼ା ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ