କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ୱଛତା ନେଇ ରାଜ୍ୟ ଅଧକ୍ଷକଙ୍କ ମେଡିକାଲ କଲେଜ ପରିଦର୍ଶନ

ବ୍ରହ୍ମପୁର, ଯୁଗାବ୍ଦ ନ୍ୟୁଜ) : ସହରକୁ ଆବର୍ଜନା ମୁକ୍ତ କରିବା ଓ ସହରକୁ ସ୍ୱଚ୍ଛ ରଖିବା ନିମନ୍ତେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆବଶ୍ୟକିୟ ପଦକ୍ଷେପମାନ ଗ୍ରହଣ କରାଯାଇଛି । ବ୍ରହ୍ମପୁର ବର୍ଜବ୍ୟସ୍ତୁ ପରିଚାଳକ କମିଟି ଓ ଏମ.କେ.ସି.ଜି ମେଡିକାଲ ବର୍ଜବ୍ୟସ୍ତୁ ପରିଚାଳନା ନିମନ୍ତେ ସହରକୁ ସରସ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ନ୍ୟାସନ୍ୟାଲ ଗ୍ରିନ ଟ୍ରିବ୍ୟୁନାଲ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଏମସି ଓ ଏମକେସିଜି ମେଡିକାଲ କଲେଜର ମିଳିତ ଆନୁକୁଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ଓଡିଶା ହାଇକୋର୍ଟର ମାନ୍ୟବର ବିଚାରପତି ଜଷ୍ଟିସ ପି.କେ.ମହାନ୍ତଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଜଙ୍ଗଲ ଓ ପରିବେଶ ବିଭାଗ କମିଶନର, ସ୍ୱାସ୍ଥ୍ୟ ଓପରିବାର କଲ୍ୟାଣ ବିଭାଗ ର ନିର୍ଦ୍ଦେଶକ , ବ୍ରହ୍ମପୁର ମୁନିସପାଲ କର୍ପୋରେସନର ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗଦେଇ କିଭଳି ଭାବେ ସହରକୁ କଠିନ ବର୍ଜ୍ୟବସ୍ତୁ ମୁକ୍ତ କରାଯାଇପାରିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ