ସରକାର ଗଠନ ପାଇଁ କେଜ୍ରିଓ୍ବାଲଙ୍କୁ ନବୀନଙ୍କ ଶୁଭେଚ୍ଛା
ଭୁବନେଶ୍ବର: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବୃହତ ବିଜୟ ପାଇଁ କେଜ୍ରିଓ୍ବାଲଙ୍କୁ ଏବଂ ଆମ୍ ଆଦମୀ ପାର୍ଟି (ଆପ୍)କୁ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ କେଜ୍ରିଓ୍ବାଲଙ୍କୁ ନବୀନ ଧନ୍ୟବାଦ ଜଣାଇଛନ୍ତି। ହ୍ୟାଟ୍ରିକ୍ ବିଜୟ ପାଇଁ କେଜ୍ରିଓ୍ବାଲଙ୍କୁ ଧନ୍ୟବାଦ ବୋଲି ନବୀନ ଟ୍ବିଟ୍ କରିଛନ୍ତି।


