କାକଟପୁରରେ ଚାକିରୀ, ରହଣି ଅନ୍ୟସ୍ଥାନରେ: ଅଫିସରେ ବହୁ ସମୟ ଚୌକି ଖାଲି

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ରାଜଧାନୀ ଭୁବନେଶ୍ୱରରୁ ଅସ୍ତରଙ୍ଗ ମାତ୍ର ୮୦କିଲୋମିଟର ଦୂରରେ ଅବସ୍ଥିତ। ଅସ୍ତରଙ୍ଗ କୁ ଯିବା ଆସିବା ପାଇଁ ସଡ଼କ ପଥରେ ପର୍ଯ୍ୟାପ୍ତ ସୁବିଧା ରହିଛି। ଯାହାର ସୁଯୋଗ ନେଇ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ଅଂଚଳରେ କାର୍ଯ୍ୟରତ ସରକାରୀ ଅଧିକାରୀ, ଅଧିକାରିଣୀ ଓ କର୍ମଚାରୀ ଛୁଟି ଦିନରେ ଜିଲ୍ଲା ଛାଡ଼ୁଛନ୍ତି। ଅନେକ ଅଧିକାରୀ, ଅଧିକାରିଣୀ ପ୍ରତ୍ୟେକ ଦିନ ସରକାରୀ ଗାଡିର ଅର୍ଥରେ ତେଲ ପକାଇ ଭୁବନେଶ୍ୱର ରୁ ଅସ୍ତରଙ୍ଗ, କାକଟପୁର ଯାତାୟାତ କରୁଛନ୍ତି, ଯାହା ଫଳରେ ସପ୍ତାହ କୁ ୪ଦିନ ବିଳମ୍ବରେ ନିଜ କାର୍ଯ୍ୟାଳୟ ରେ ପହଂଚୁଛନ୍ତି। ଅନେକ ଅଧିକାରୀ, ଅଧିକାରିଣୀ ଓ କର୍ମଚାରୀ ଶନିବାର ଅପରାହ୍ନ ରୁ କାର୍ଯ୍ୟାଳୟ ଛାଡୁଥିବା ବେଳେ ସୋମବାର ବିଳମ୍ବ ରେ ଯୋଗଦେଉଛନ୍ତି। କିନ୍ତୁ କିଛି ଅଧିକାରିଣୀ, ଅଧିକାରୀ ସରକାରୀ ନିୟମ କୁ ଉଲ୍ଲଘଂନ କରି ଜିଲ୍ଲା ଛାଡି ଭୁବନେଶ୍ୱର, କଟକ ଯାତାୟାତ କରୁଛନ୍ତି। ଏମିତି କି ଅନେକ ଅଧିକାରିଣୀ ସରକାରୀ ଗାଡି ନେଇ ଘରକୁ ଯାତାୟାତ କରୁଛନ୍ତି।ଅନେକ କାର୍ଯ୍ୟାଳୟ ଦିନର ଅନେକ ସମୟରେ ଚୌକି ଖାଲି ପଡୁଥିବା ବେଳେ କିଛି ଅଧିକାରୀ, ଅଧିକାରିଣୀ ଭୁବନେଶ୍ୱର ଯା “ଆସ ପାଇଁ ସରକାରୀ ଗାଡି ମଧ୍ୟ ବ୍ୟବହାର କରୁଛନ୍ତି। ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳବାସୀ ଙ୍କୁ ସରକାରଙ୍କ ଯୋଜନା ପହଂଚାଇବା ପାଇଁ ବିଭାଗ ଅନୁଯାୟୀ କାର୍ଯ୍ୟାଳୟ ଖୋଲିଛି। କିନ୍ତୁ ଅନେକ ଅଧିକାରୀ ଦୈନଦିନ ଭୁବନେଶ୍ୱର ରେ କାଳାତିପାତ କରୁଛନ୍ତି। ମାତ୍ର ଅସ୍ତରଙ୍ଗ ଓ କାକଟପୁର ଅଂଚଳରେ ଅନେକ ଅଧିକାରୀ, ଅଧିକାରିଣୀ ଓ କର୍ମଚାରୀ ପ୍ରତ୍ୟେକ ଶୁକ୍ରବାର କିମ୍ବା ଶନିବାର ଭୁବନେଶ୍ୱର ଯାଉଥିବା ବେଳେ ଅନେକ ଅଧିକାରିଣୀ ଅଫିସ ଗାଡି ମାଧ୍ୟ୍ୟମରେ ପ୍ରତ୍ୟେକ ଦିନ ଭୁବନେଶ୍ୱର ଯାତାୟାତ କରିବା ସହ ବିଳମ୍ବରେ ଅଫିସ କାର୍ଯ୍ୟାଳୟ ରେ ସରକାରୀ ଗାଡିରେ ପହଂଚୁଛନ୍ତି।ଯାହାର ଘଟଣା କାକଟପୁର ରୁ ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ମଧ୍ୟରେ ଅନେକ ସରକାରୀ ଗାଡି ଅଧିକାରୀ, ଅଧିକାରିଣୀ ଙ୍କୁ ଧରି ଫେରୁଥିବା ଦେଖିବାକୁ ମିଳୁଛି। ଅସ୍ତରଙ୍ଗ, କାକଟପୁର ଅଂଚଳରେ କେତୋଟି ହାତ ଗଣତି କାର୍ଯ୍ୟାଳୟ କୁ ବାଦ ଦେଲେ ୯୦ପ୍ରତିଶତ ବିଭାଗରେ ସରକାରୀ ଗାଡି ନାହିଁ। ପ୍ରତ୍ୟେକ ବିଭାଗ ଲିଜ ସୂତ୍ରରେ ଗାଡି ବ୍ୟବହାର କରୁଛନ୍ତି। ପ୍ରତ୍ୟେକ ମାସରେ ଏଥିପାଇଁ ଭଡା, ଡ୍ରାଇଭର ଦରମା ସହ ତେଲ ବାବଦ କୁ ବହୁ ଅର୍ଥ ବ୍ୟୟ କରାଯାଉଛି। ଏହା ଶହ ଥାନା ଗୁଡିକୁ ପାଟ୍ରୋଲିଂ ପାଈଁ ଦିଆଯାଇଥିବା ଦୁଇ ଚକିଆ ଗାଡି ଅନେକ କର୍ମଚାରୀ ନିଜ ଘରକୁ ଯିବା ଆସିବା ବେଳେ ବ୍ୟବହାର କରୁଥିବା ଜଣାପଡିଛି।ତେଲ ବାବଦ ରେ ଯାଉଥିବା ତଥ୍ୟ ସେ ବ୍ଲକ, ତହସିଲ, ଥାନା, ଜଳସମ୍ପଦ କାର୍ଯ୍ୟାଳୟ ହେଉ ସଠିକ ତଥ୍ୟ ଉଚ୍ଚ ସ୍ତରୀୟ ଅଧିକାରୀଙ୍କୁ ଦିଆଯାଉଛି କି ନାହିଁ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନେକ ସମୟରେ କର୍ମଚାରୀ ପରିବାର ବନ୍ଧୁ ବର୍ଗ କୁ ଜାହାନିଆ, ଗଙ୍ଗାଦେଵୀ ବୁଲାଇବାକୁ ସରକାରୀ ଗାଡି ବ୍ୟବହୃତ ହେଉଥିବା ନଜିର ରହିଛି।ସରକାରୀ ଗାଡି ନେଇ ଅଧିକାରୀ ମାନେ ଛୁଟି କାଟିବାକୁ ଯାଉଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ପ୍ରଶାସନିକ ଅଧିକାରୀ ମାନେ ନିଜେ ଏଭଳି କାର୍ଯ୍ୟ କରୁଥିବାରୁ କର୍ମଚାରୀ ମାନେ ମଧ୍ୟ ଏହାକୁ ଭୃକ୍ଷେପ କରୁନାହାନ୍ତି। ଲାଇନି ବିଭାଗରେ ଅନେକ ଅଧିକାରୀ ସପ୍ତାହ କୁ ଦିନେ କିମ୍ବା ଦୁଇ ଦିନ ଅସ୍ତରଙ୍ଗ, କାକଟପୁର ଆସୁଥିବା ବେଳେ ବିଭିନ୍ନ କାମ ବାହାନା ଦେଖାଇ ଭୁବନେଶ୍ୱର ରହୁଛନ୍ତି। ଏହା ଦ୍ୱାରା ବିଭାଗୀୟ କାର୍ଯ୍ୟରେ ଅନେକ ମନ୍ଥରତା ସୃଷ୍ଟି ହେଉଥିବା ବେଳେ ଲୋକେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟ ସରକାର, ଜିଲ୍ଲାପାଳ, ପୁରୀ ଏସ୍ପି ଏହା ଉପରେ ତୀକ୍ଷ୍ଣ ନଜର ଦେବା ସହ ପଦକ୍ଷେପ ନେବାକୁ ଦାବୀ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ