ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳପରିଷଦ ବୈଠକ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ବେଲଗୁଣ୍ଠା ବିଜ୍ଞାପିତ ପରିଷଦ ର ଏକ ଜରୁରୀ ବୈଠକ ନଗରପାଳ ଫିରୋଜ କୁମାର ସେଠୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଅଧିନିୟମ ୨୦୨୬, ଆର୍ଥିକବର୍ଷ ୨୦୨୬-୨୭ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ଓ ବିଶ୍ୱ ପରିବେଶ ଦିବସ ପାଳନ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆଦି ସମ୍ବନ୍ଧୀୟ ନିଷ୍ପତି ନିମନ୍ତେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳପରିଷଦର ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା, ମୁଖ୍ୟ ଅତିଥି ଭାବେସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ୪୨ ଜଣ ହିତାଧିକାରିଙ୍କୁ ଭତ୍ତା ବାଣ୍ଟିବା ସହ ୮ ଜଣ ସଫେଇ କର୍ମଚାରୀଙ୍କୁ ସୁରକ୍ଷା କୀଟ୍ ପ୍ରଦାନ କରିଥିଲେ, ଏଥିରେ ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ସାଂସଦ ପ୍ରତିନିଧି ନାରାୟଣ ସାହୁ ଉକ୍ତ ବୈଠକରେ ଯୋଗଦାନ କରିଥିଲେ ପରିଷଦର ନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କ ସମେତ କାଉନସିଲାର ଏସ ଭାସ୍କର ପାତ୍ର, ଦିବ୍ୟରଞ୍ଜନ ଦାଶ, ଲିଜା ବେହେରା , ପ୍ରିୟମ୍ବଦା ସାମଲ , କାଁହୁଚରଣ ସାହୁ , ପ୍ରଦୀପ କୁମାର ସେଠି , ପ୍ରଗତି ପାତ୍ର, ଏ . ଦିଲୀପ କୁମାର ଆଚରି , କେ . ସୁଜ୍ୟୋତି ସୁବୁଦ୍ଧି, ବିଶ୍ୱନାଥ ଦଳେଇ , ପ୍ରତିମା ସ୍ୱାଇଁ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ, ମୁଖ୍ୟତଃ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିବା ସଂଗେ ସଂଗେ ଜ୍ଞାନଦେବୀ ଉଦ୍ୟାନର ଉନ୍ନତିକରଣ , ସରକାରୀ ବସଷ୍ଟାଣ୍ଡ ନିମନ୍ତେ ଭୂମି ହସ୍ତାନ୍ତର , ଇ- ପାଠାଗାର ନିର୍ମାଣ ଓ ସ୍ୱାଗତ ଦ୍ୱାର ନିର୍ମାଣ ଆଦି ପ୍ରସଙ୍ଗରେ ନିଷ୍ପତି ଗ୍ରହଣ କରା ଯାଇଥିଲା, ପରିଶେଷରେ କର୍ମଚାରୀ ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ