ହାଟଡିହି କଲେଜର ବାର୍ଷୀକ କ୍ରୀଡା ଉଦ୍ଘାଟିତ
ହାଟଡ଼ିହି : ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟର ବାର୍ଷର୍ିକ କ୍ରୀଡା ପ୍ରତିଯୋଗୀତା ଉଦଘାଟିତ ହୋଇଯାଇଛି । ଦୁଇଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗୀତାକୁ କଲେଜର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ସ୍ୱାଇଁ ପ୍ରଦୀପ ପ୍ରଜୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସହିତ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିବା ସହିତ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ପ୍ରଧ୍ୟାପକ ଜିମୁତ ବରୁଣ ଦାଶ, ଚିତ୍ତରଞ୍ଜନ ରାଉତ, ପ୍ରଧ୍ୟାପିକ ରୀତା ଦାଶ, କବିତାମଞ୍ଜରୀ ସୁବୁଦ୍ଧିରାୟ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ସହିତ କ୍ରୀଡା କ୍ଷେତ୍ରରେ ସଫଳତା ହସଲ କରିବା ପାଇଁ ଦିଗଦର୍ଶନ ଦେଇଥିଲେ । ଅଧ୍ୟାପକ ରବିନ୍ଦ୍ର ନାଥ ଜେନା, କ୍ରୀଡା ସଂସଦର ଉପାଧ୍ୟକ୍ଷ ବିଜୟ କୁମାର ନାୟକ, କ୍ରୀଡା ଶିକ୍ଷକ ଅବିନାଶ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗୀତାରେ ରବି ନାରାୟଣ ବିଶ୍ୱାଳ, ବୃନ୍ଦାବନ ଓଝା, ଗୌରାଙ୍ଗ ନାୟକ, ପ୍ରଣୟ କୁମାର ନାୟକ, ମିନତୀ ବେହୁରିଆ, ଲିପସା ପ୍ରୀୟଦର୍ଶନୀ ବେହେରା, ଗଙ୍ଗାଧର ପରିଡା, ଚକ୍ରଧର ଦାଶ, ଜଳଧର ଦାଶ, ନୀଲମ ସ୍ୱୟାଂ, ଶଶିକଳା ଦାସ, ମହେଶ୍ୱତା ଶର୍ମା, ଅଞ୍ଜନ ମହାନ୍ତି, ସରିତା ପଣ୍ଡା, ମୁଖ୍ୟ କିରାଣୀ ଅନନ୍ତ ବେହେରା, ସନାତନ କର, ରବିନାରାୟଣ ମିଶ୍ର, ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ହାଟଡିହିର ହଟକେଶ୍ୱର ମନ୍ଦିରରୁ କ୍ରୀଡାବିତଙ୍କ ଦ୍ୱାରା କ୍ରୀଡା ମଶାଲକୁ ଖେଳ ପଡିଆକୁ ଆଣି ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯିବାପରେ ଅଧ୍ୟକ୍ଷ ଏହାକୁ ଆନୁଷ୍ଠନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଟଫୁଟ, ଜାଭେଲିନି,ଲମ୍ବଡିଆଁ, ଉଚ୍ଚଡିଆଁ ପ୍ରଭୃତି କ୍ରୀଡା ପ୍ରତିଯୋଗୀତା ଆରମ୍ଭ ହୋଇଥିଲା । ଖେଳ ଶିକ୍ଷକ ଅବିନାଶ ରାଉତ, ହାଟଡିହି ହାଇସ୍କୁଲର ଖେଳ ଶିକ୍ଷକ ପ୍ରମୋଦ କୁମାର ବେହେରା ଖେଳ ପରିଚାଳନା କରିଥିଲେ ।


