ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ସନ୍ଧ୍ୟା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଅର୍ବାନ ବ୍ୟାଙ୍କ ପଡିଆ ଠାରେ ପଦାମୃତ ନୃତ୍ୟାୟନ ଅନୁଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ଗୁରୁଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଯୋଗଦେଇ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେଉଥିବା ଓଡିଶାର ଏହି ପ୍ରତିଭାଧାରୀ ବ୍ୟକ୍ତିତ୍ୱଙ୍କର ସ୍ମୃତି ସନ୍ଧ୍ୟା ପାଇଁ କର୍ମକର୍ତ୍ତା ମାନଙ୍କୁ ପ୍ରଶଂସା କରିଥିଲେ । ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ଏହିପରି କାର୍ଯ୍ୟକ୍ରମ ଦ୍ୱାରା ଜିଲାର କଳାପ୍ରେମୀମାନେ ଅଧିକ ଉତ୍ସାହିତ ହେବାସହ କଳାପ୍ରତି ଆକର୍ଷିତ ହୋଇପାରିବେ ବୋଲି ସେ କହିଥିଲେ । ଏହି ଅବସରରେ ବିଶିଷ୍ଟ ମର୍ଦଳ ବାଦକ ଧନେଶ୍ୱର ସ୍ୱାଇଁ ଓ ଓଡିଶୀ ନୃତ୍ୟ ଶିଳ୍ପୀ ପଙ୍କଜ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପଦାମୃତ ନୃତ୍ୟାୟନ, ଭୁବନେଶ୍ୱରର ରୁଦ୍ରାକ୍ଷ ଫାଉଣ୍ଡେସନ, ଓଡିଶୀ ଡ୍ୟାନ୍ସ କ୍ରୀଏସନ,ବାଦ୍ୟବାଣୀ ଇତ୍ୟାଦି ଅନୁଷ୍ଠାନର କଳାକାରମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ରୁଦ୍ରାକ୍ଷ ଫାଉଣ୍ଡେସନର ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ, ପଦାମୃତ ନୃତ୍ୟାୟନର ଉପଦେଷ୍ଠା ନୃସିଂହ ଚରଣ ପଟ୍ଟନାୟକ, ଗୁରୁ ରଘୁନାଥ ପାତ୍ର ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ