‘ଭାଲେଣ୍ଟାଇନ୍ ଡେ’ ରେ ପ୍ରକୃତି ଓ ବନୀକରଣକୁ ନିଆରା ଭଲ ପାଇବାର ନଜିର ସୃଷ୍ଟି କଲେ ସ୍ୱେଚ୍ଛାସେବୀ

ଭୁବନେଶ୍ୱର- : ବିଶ୍ୱ ବ୍ୟାପି ‘ଭାଲେଣ୍ଟାଇନ୍ ଡ଼େ’ କୁ ପ୍ରେମ ଦିବସ ଭାବେ ପାଳନ କରା ଯାଉଥିବା ବେଳେ ପରିବେଶବିତ୍ ତଥା ସମାଜସେବୀ ସୁଶାନ୍ତ ସାହୁ ହୃଦୟ ଭିତରେ ବିହନ ପିଣ୍ଡୁଳାରେ ବୃକ୍ଷ ତିଆରି କରି ‘ଆସ ଆମେ ପ୍ରକୃତିକୁ ପ୍ରେମ କରିବା’ର ବଳିଷ୍ଠ ବାର୍ତ୍ତା ପ୍ରଦାନ କରିଛନ୍ତି । ସ୍ମାର୍ଟ ସିଟି ଭୁବନେଶ୍ୱରର ପାର୍କ ଠାରୁ ମଲ୍ ଯାଏ ସବୁଠି ପ୍ରେମ ସମ୍ଭାଷଣ ପାଇଁ ଫୁଲ, ଗ୍ରୀଟିଙ୍ଗସ୍‌ ଆଉ ଉପହାର ଦିଆନିଆ ଭିତରେ ଏହି ‘ଭାଲେଣ୍ଟାଇନ୍ ଡ଼େ’ ପାଳନ କରାଯାଉଥିବା ବେଳେ ପୋଖରୀପୁଟ ଇନ୍ଦ୍ରପସ୍ଥ କଲୋନୀ ଫେଜ୍‌-୨ ଠାରେ ରହୁଥିବା ଯୁବ ସମାଜସେବୀ ସୁଶାନ୍ତ ସାହୁ ହୃଦୟ ଭିତରେ ବୃକ୍ଷକୁ ବିହନ ପିଣ୍ଡୁଳାରେ ସ୍ଥାନିତ କରି ବିଶ୍ୱ ପ୍ରେମ ଦିବସରେ ଆସ ଆମେ ପ୍ରକୃତିକୁ ଭଲ ପାଇବା ର ବାର୍ତ୍ତା
ସହ ବିହନ ପିଣ୍ଡୁଳା ଉପହାର ଦେଇଛନ୍ତି । ବିହନ ପିଣ୍ଡୁଳା ବା ସିଡ୍ ବଲ୍ କୁ ନିକ୍ଷେପଣ କରାଯାଇ ପତିତ ଜମିରେ କିଭଳି ବନୀକରଣ ସମ୍ଭବ ଓ ସହଜ ହୋଇପାରିଛି ତାହା ସୁଶାନ୍ତ ଓ ସହଯୋଗୀମାନେ ଏହି ଦିବସ ଅବ୍ୟବହିତ ପୂର୍ବରୁ ଜନ ସଚେତନତା କରାଇଛନ୍ତି । ପ୍ରେମ ଦିବସରେ ପ୍ରେମୀ ଯୁଗଳମାନେ ସିଡ୍‌ ବଲ୍ ଜରିଆରେ ପ୍ରକୃତିକୁ ଭଲ ପାଇବାର ଭାବନା ପ୍ରଦର୍ଶିତ କରନ୍ତୁ ବୋଲି ସୁଶାନ୍ତ ନିବେଦନ କରିଛନ୍ତି । ସିଡ୍ ବଲ୍ ସଜାଇବାରେ ଚିତ୍ରଶିଳ୍ପୀ ସୁସ୍ମିତାରାଣୀ ରାଉତ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ