‘ଲଭ୍‌ ଆଜ କଲ୍‌’ରୁ ହଟିବ ଆପତ୍ତିଜନକ ଦୃଶ୍ୟ

ଇମ୍‌ତିଆଜ ଅଲୀଙ୍କ ନିର୍ଦେଶନାରେ ନିର୍ମିତ ତଥା କାର୍ତ୍ତିକ ଆର୍ୟନ ଓ ସାରା ଅଲୀ ଖାନଙ୍କ ଅଭିନୀତ ସିନେମା ‘ଲଭ୍‌ ଆଜ କଲ’ କିଛି ଦିନ ହେଲାଣି ବେଶ୍‌ ଚର୍ଚ୍ଚାରେ ରହିଛି। ଏବେ ଏହି ସିନେମା ରିଲିଜ୍‌ ପାଇଁ ପ୍ରସ୍ତୁତ ହୋଇଗଲାଣି। ସିନେମାର ଷ୍ଟାର୍‌କାଷ୍ଟ ଏହି ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ଟ୍ରେଲରକୁ ବେଶ୍‌ ପସନ୍ଦ କରାଯାଉଥିବାବେଳେ ଏବେ ହୁଏତ ଦର୍ଶକ କିଛି ମାତ୍ରାରେ ନିରାଶା ହୋଇପାରନ୍ତି। କାରଣ ଟ୍ରେଲରରେ ଦେଖାଯାଇଥିବା ସାରା ଓ କାର୍ତ୍ତିକଙ୍କ ଲଭ ମେକିଂ ଦୃଶ୍ୟ ହୁଏତ ଦେଖିବାକୁ ମିଳିବ ନାହିଁ।
ଏହି ସିନେମା ରିଲିଜ୍‌ ପୂର୍ବରୁ ସେନ୍ସର ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌ (ସେନ୍ସର ବୋର୍ଡ) ପାସ୍‌ କରି ଦେଇଛି। କିନ୍ତୁ ଶୁଣିବାକୁ ମିଳୁଛି ସେନ୍ସର ବୋର୍ଡ ଫିଲ୍ମର କେତେକ ଦୃଶ୍ୟ ହଟାଇବା ଲାଗି ଫିଲ୍ମ ନିର୍ମାତାକୁ କହିଛନ୍ତି। ରିପୋର୍ଟ ମୁତାବକ ଫିଲ୍ମରେ ସାରା ଓ କାର୍ତ୍ତିକଙ୍କ କେତେକ ଲଭ୍‌ ମେକିଂ ଦୃଶ୍ୟ ହଟାଇବା, ଏହାର ସମୟ କମ୍‌ କରିବା କିମ୍ବା ବଦଳାଇବାକୁ କହିଛନ୍ତି। ମିଳିଥିବା ସୂଚନାନୁସାରେ ସାରା ଓ କାର୍ତ୍ତିକଙ୍କ ଚୁମ୍ବନ ଦୃଶ୍ୟ ଫିଲ୍ମରୁ ହଟାଇ ଦିଆଯାଇଛି। ଏଥିସହିତ ସେନ୍ସର ବୋର୍ଡ ସଦସ୍ୟ ଫିଲ୍ମ ପ୍ରଯୋଜକଙ୍କୁ ଇଣ୍ଟିମେଟ୍‌ ଦୃଶ୍ୟକୁ ବ୍ଲର କରିବା ପାଇଁ କହିଛନ୍ତି। ଏହାପରେ ‘ଲଭ୍‌ ଆଜ କଲ’ ସିନେମାକୁ ୟୁ/ଏ ସାର୍ଟିଫିକେଟ୍‌ ଦିଆଯାଇଛି। ଏହି ସିନେମାରେ ରଣଦୀପ ହୁଦା ଓ ଆରୁଷି ଶର୍ମା ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ‘ଲଭ୍‌ ଆଜ କଲ’ ସିନେମା ୧୪ ଫେବ୍ରୁଆରୀରେ ରିଲିଜ୍‌ ହେବାକୁ ଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ