ପୁରୀରୁ ୪୩୦ କିମି ଦୂରେ ରହିଛି ଫୋନି ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ,ୟଲୋ, ରେଡ୍‍ ୱାର୍ଣ୍ଣି ଜାରି

ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ଅତି ପ୍ରବଳ ବାତ୍ୟାର ରୂପ ନେଇ ପାଖେଇ ଆସୁଛି ସାମୁଦ୍ରିକ ଝଡ଼ ଫୋନି । ପୁରୀଠାରୁଏହା ୪୩୦ କିମି ଦୂରରେ ରହିଛି । ଘଣ୍ଟା ପ୍ରତି ୧୫ କିମି ବେଗରେଏହା ଓଡ଼ିଶା ଆଡ଼କୁଗତି କରୁଛି । ଆସନ୍ତାକାଲି ଅପରାହ୍ଣ ୫ଟାରେ ଏହା ପୁରୀ ପାଖାପାଖି କୌଣସି ଏକ ସ୍ଥାନରେ ଲ୍ୟାଣ୍ଡଫଲ କରିପାରେବୋଲି ଭାରତୀୟ
ପାଣିପାଗ ବିଭାଗ ଆଳକନ କରିଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୭୦ ରୁ ୧୮୦ କିମି ରହିପାରେ । କେତେକ ସ୍ଥାନରେ ଘଣ୍ଟାପ୍ରତି ୨ଶହ କମି ବେଗରେପବନ ବହିପାରେ । ଫୋନି ମାଡ଼ି ଆସୁଥିବା ନେଇ ଡପ୍ଲର ୱେଦର ରାଡାରରେ ମଧ୍ୟ ସ୍ପଷ୍ଟ ହୋଇଛି । ଚେନ୍ନାଇ, ବିଶାଖାପାଟନମ୍‍ ଓ ମଛଲିପଟନମ୍‍ ସ୍ଥିତ ଡପ୍ଲର ୱେଦର ରାଡାରରୁ ଏହା ସ୍ପଷ୍ଟ ହୋଇଛି । ଫୋନି ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ଥିବା ଜିଲ୍ଲା ଗୁଡ଼ିକ ପାଇଁ ଅରେଞ୍ଜ, ୟଲୋ ଓ ରେଡ୍‍ ଆଲର୍ଟ ଜାରି କରାଯାଇଛି ।
ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଆଦି ଜିଲ୍ଲା ପାଇଁ ଆଜିଠାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅର୍ଥାତ୍‍ ଏସବୁ ଜିଲ୍ଲାରେ ପ୍ରବଳବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୩ ରୁ ୪ ତାରିଖ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରପଡ଼ା, ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲା ପାଇଁ ରେଡ୍‍ ୱାର୍ଣ୍ଣିଂ ଜାରି କରାଯାଇଛି । ଅର୍ଥାତ । ଏହିସବୁ ଜିଲ୍ଲାରେ ଅତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୩ରୁ ୪ ତାରିଖ ମଧ୍ୟରେ ବୌଦ୍ଧ, କନ୍ଧମାଳ, ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲା ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅର୍ଥାତ୍‍ ଏହିସବୁ ସ୍ଥାନରେ ବର୍ଷା ହୋଇପାରେ । କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ