ରାଜ୍ୟସରକାର ବଢାଇଲେ ମହଙ୍ଗା ଭତ୍ତା
ଭୁବନେଶ୍ୱର:- ସରକାରୀ କର୍ମଚାରୀଙ୍କ ୭ମ ବେତନ କମିସନ୍ ଦରମା ବକେୟାର ୧୦% ସହ ୫% ମହଙ୍ଗା ଭତ୍ତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ପିଛିଲା ଭାବେ ଜାନୁଆରି ୨୦୨୦ରୁ ଏହି ମହଙ୍ଗା ଭତ୍ତା ଲାଗୁ କରାଯିବ। ୨୦୧୬ ଜାନୁଆରି ୧ ତାରିଖ ଠାରୁ ସପ୍ତମ ବେତନ କମିସନ୍ ଲାଗୁ ହେବା ପରେ କର୍ମଚାରୀମାନଙ୍କୁ ବକେୟା ଦରମାର ୧୦% ଦିଆଯିବ ବୋଲି ଗତକାଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଏଥିରେ ପ୍ରାୟ ସାଢ଼େ ୩ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ। ପୂର୍ବରୁ ସରକାରୀ କର୍ମଚାରୀ ୪୦% ଏରିୟର ଟଙ୍କା ନେବା ସମୟରେ ରହିଥିବା ନିୟମ ଓ ସର୍ତ୍ତାବଳୀ ଅନୁଯାୟୀ ଏଥର ମଧ୍ୟ ସମାନ ନିୟମ ରହିବ। ଯେଉଁମାନେ ୪୦% ବକେୟା ଦରମା ପୂର୍ବରୁ ନେଇଥିବବେ ସେହି କର୍ମଚାରୀମାନେ ହିଁ ବର୍ତ୍ତମାନ ଘୋଷଣା କରାଯାଇଥିବା ୧୦% ଅର୍ଥ ଉଠାଇପାରିବା କୁହାଯାଇଥିଲା।


