ଭୟଙ୍କର ରୂପ ନେଉଛି କରୋନା
ବେଜିଂ : କୋରୋନା ଭାଇକରସ୍ର ପ୍ରଭାବରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗୁରୁବାର ସୁଦ୍ଧା ଏହି ଭାଇରସ୍ ପ୍ରଭାବରେ ମୃତକଙ୍କ ସଂଖ୍ୟା ୧୪୭୭ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ହଜାରରେ ପହଞ୍ଚିଛି । ହୁବେଇ ଏବଂ ଉହାନ୍ ପ୍ରଦେଶରେ ଏହି ଭାଇରସ୍ ନିଜର ତାଣ୍ଡବ ମଚାଇଛି । ଗୁରୁବାର ଦିନ ନୂତନ ଭାବରେ ୧୨୦ ଜଣଙ୍କର ପ୍ରାଣହାନି ଘଟିଛି । ଗୁରୁବାର ଦିନ ହୁବେଇ ପ୍ରଦେଶରେ ୪୮୨୩ ଜଣ ନୂତନ ଭାବରେ ଆକ୍ରାନ୍ତ ହୋଇଥିବା ବେଳେ ଉହାନ୍ ପ୍ରଦେଶରେ ନୂତନ ଭାବରେ ୧୪୮୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ସମୟରେ ଜାପାନ କୋରୋନା ଭାଇରସ୍ ମୁକାବିଲା ପାଇଁ ୧୪୦ ମିଲିୟନ୍ ଡଲାରର ସହାୟତା ରାଶି ଘୋଷଣା କରିଛି ।


