ଗାୟଗଣ୍ଡାରେ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ
ଭଞ୍ଜନଗର (ଯୁଗାବ୍ଦ ନ୍ୟୁଜ): ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ, ଗାୟଗଣ୍ଡା ପଞ୍ଚାୟତ ର ଗାୟଗଣ୍ଡା ଗ୍ରାମ ର ଏକ ଖେଳପଡିଆରେ ନୂତନ ଢଙ୍ଗ ରେ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇସାରିଛି, ଏହି ଟୁର୍ନାମେଣ୍ଟ ରେ ସର୍ବମୋଟ ୧୬ ଟି ଦଳ ଭାଗ ନେଇଥିବା ବେଳେ, ୧୬ ଦିନ ପର୍ୟ୍ୟନ୍ତ ଚାଲୁରହିବ, ଆଜିର ଏହି ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ରୂପେ ଗାୟଗଣ୍ଡା ଅଂଚଳ ର ବନ ଅଧିକାରୀ ଜୀବନାନନ୍ଦ ତ୍ରିପାଠୀ ସମ୍ମାନିତ ଅତିଥି ରୂପେ ଗାୟଗଣ୍ଡା ପଞ୍ଚାୟତ ର ସମିତିସଭ୍ୟ ଚିତ୍ତରଞ୍ଜନ ନାଇକ ଓ ମୁଖ୍ୟ ବକ୍ତା ରୂପେ ଗାୟଗଣ୍ଡା ଉଚ୍ଚ ପ୍ରାଥମିକ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଭୁନନ୍ଦନ ପଟ୍ଟନାୟକ ଯୋଗଦେଇଥିଲେ, ଆଜିର ପ୍ରଥମ ଉଦଘାଟନୀ ମ୍ୟାଚ ରେ କେ ଗୁଣ୍ଡୁରୀବାଡି ଓ କରଡାବଣି ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏହି ମ୍ୟାଚ ରେ କେ ଗୁଣ୍ଡୁରୀବାଡ଼ି ୯ (ନଅ )ରନ ରେ ବିଜୟୀଲାଭ କରିଛି, ଓ ଦ୍ୱିତୀୟ ମ୍ୟାଚ ରେ ଖାଲମରା ୪ ଵିକେଟ ରେ ଖଜୁରୀ ପଲି କୁ ପରାସ୍ତ କରିଥିଲା, ସବୁଠାରୁ ନିଆରା କଥା ହେଲା ଖେଳପଡିଆର ଚାରିପାଖର ସୀମାରେଖା କୁ ଚିନ୍ହଟ କରିବାପାଇଁ ବିଜେପି, ବିଜେଡି ଓ କଂଗ୍ରେସ ଦଳ ର ଦଳୀୟ ପତାକା ଗୁଡିକୁ ପୋତା ଯାଇଥିଲା