ରାତି ସୁଦ୍ଧା ୧ ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ଅଣାଯିବ : ଆର.ଡି.ସି.
ଯାଜପୁର (ଯୁଗାଦ୍ଧ ନ୍ୟୁଜ୍)ବାତ୍ୟା ପଂନୀ ପାଇଁ ସରକାରଙ୍କ ପକ୍ଷରୁ ସୁପରଭାଇଜିଂ ଅପିଂସର ଭାବେ ନିଯୁକ୍ତ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ ବିଂଝାରପୁର ଓ ଦଶରଥପୁର ବ୍ଳ୍କର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଚ୍ଥନ୍ତି । ବୁଧବାର ସଂଧ୍ୟାରେ ଯାଜପୁରରେ ପହଞ୍ଚି ସମୀକ୍ଷା ବୈଠକ କରି ଅଧିକାରୀ ମାନଙ୍କୁ ବିବିଧ ନିର୍ଦ୍ଦେଶ ଦେଇଥିଲେ ଶ୍ରୀ ସାମଲ । ଯେପରି ଜିଲ୍ଳ୍ାରେ ଜିରୋ କାଜୁଆଲିଟି ହୁଏ ସେଥିପ୍ରତି ସମସ୍ତେ ଉତ୍ତରଦାୟୀ ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଚ୍ଥନ୍ତି । ଗୁରୁବାର ପୂର୍ବାହ୍ନରେ ଆୟୁକ୍ତ ଶ୍ରୀ ସାମଲ ଜିଲ୍ଳ୍ାପାଳ ରଂଜନ କୁମାର ଦାସଙ୍କ ସହ ବିଂଝାରପୁର ଗସ୍ତ କରିଥିଲେ । ବ୍ଳ୍କରେ ପଂନୀ ମୁକାବିଲା ପାଇଁ ପ୍ରସ୍ତୁତିକୁ ତଦାରଖ ସହ କଣ୍ଟ୍ରୋଲ ରୁମ୍ ପରିଚାଳନାକୁ ଅନୁଧ୍ୟାନ କରିଥିଲେ । କଣ୍ଟ୍ରୋଲ ରୁମ ଗୁଡିକ ୨୪ ଘଣ୍ଟିଆ କାର୍ଯ୍ୟକାରୀ କରିବା ସହ ବିବିଧ ତଥ୍ୟ ଊପଲବ୍ଧ କରାଇବା, ରେଜିଷ୍ଟରରେ ଅଭିଯୋଗ ବା ସମସ୍ୟା ଲେଖି ସଂପୃକ୍ତ ଅଧିକାରୀ ବା ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଗ୍ରାଧିକାର ଭାବେ ଜଣାଇ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ପରେ ଉଭୟ ଆୟୁକ୍ତ ଓ ଜିଲ୍ଳ୍ାପାଳ ବାଙ୍ଗରା ପଞ୍ଚାୟତ, ନାଊବାଙ୍କ, ପଂଳପୁର ଓ ଆଊଁରୀ ପଞ୍ଚାୟତ ମାନଙ୍କରେ ଥିବା ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ବୁଲି ଦେଖିଥିଲେ । ଏଗୁଡିକୁ ପରିଷ୍କାର ସହ ଆଲୋକ ବ୍ୟବସ୍ଥା, ପାନୀୟ ଜଳ ଇତ୍ୟାଦି ପାଇଁ ବି.ଡି.ଓ. ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାହାଦ୍ୱାରା ସ୍ଥାନାନ୍ତର ଲୋକ ମାନଙ୍କର ରହିବା ଉତ୍ତମ ପରିବେଶରେ ହୋଇପାରିବ । ପରେ ଦଶରଥପୁର ବ୍ଳ୍କର ଦତ୍ତପୁର ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟ ସ୍ଥଳକୁ ଅନୁଧ୍ୟାନ କରି ଅନୁରୂପ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ବ୍ଳ୍କ ଓ ପୈାରାଞ୍ଚଳ ମାନଙ୍କରେ ଆୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକ ମାନଙ୍କୁ ବାତ୍ୟା ସଂପର୍କରେ ତଥ୍ୟ ପ୍ରଦାନ ସହ ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ସଚେତନ କରାଯାଊଚ୍ଥି । ପରେ ଆୟୁକ୍ତ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ସରକାର ଜିଲ୍ଳ୍ାର ବାତ୍ୟା ପରିଚାଳନା ପାଇଁ ଅତିରିକ୍ତ ୫ ଜଣ ପ୍ରଶାସନିକ ଅଧିକାରୀଙ୍କୁ ପ୍ରେରଣ କରିଚ୍ଥନ୍ତି । ଯେଊଁମାନେ କି, ବିଭିନ୍ନ ବ୍ଳ୍କ ଓ ପୈାରାଞ୍ଚଳର ଉ୍ଦ୍ଧାର, ଥଇଥାନ ଓ ରିଲିପଂ କାର୍ଯ୍ୟ ପରିଚାଳନା କରିବେ । ଗୁରୁବାର ରାତି ସୁଦ୍ଧା ଖାଲୁଆ ଅଞ୍ଚଳରେ ରହୁଥିବା ୧ ଲକ୍ଷରୁ ଉଦ୍ଧ୍ୱର୍ ଲୋକଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ଅଣାଯିବ ବୋଲି ଆୟୁକ୍ତ ନିର୍ଦ୍ଦେଶ ଦେଇଚ୍ଥନ୍ତି । ସେହିପରି ଅଗ୍ରାଧିକାର ଭିତ୍ତିରେ ୧୫୨୫ ମେଟ୍ରିକ ଟନ୍ ଗୋ ଖାଦ୍ୟ, ୨ ହଜାର କ୍ୱିଣ୍ଟାଲ ଚୁଡା, ୨୦୦ କ୍ୱିଣ୍ଟାଲ ଗୁଡ ପ୍ରସ୍ତୁତ ରଖିବାକୁ ଶ୍ରୀ ସାମଲ ନିର୍ଦ୍ଦେଶ ଦେଇଚ୍ଥନ୍ତି । ବାତ୍ୟା ପରିଚାଳନା ପାଇଁ ଜିଲ୍ଳ୍ା କଣ୍ଟ୍ରୋଲ ନମ୍ୱର ୦୬୭୨୮୨୨୨୬୪୮ ଓ ଟୋଲ ପ୍ରିଂ ନମ୍ୱର ୧୦୭୭ କୁ ଉପଯୋଗ କରାଯାଉଚ୍ଥି । କୈାଣସି ସମସ୍ୟା ଥିଲେ ଏହି ନମ୍ୱରରେ ଯୋଗାଯୋଗ କରାଯାଇ ପାରିବ ବୋଲି ଜିଲ୍ଳ୍ା ଜରୁରୀ ବିଭାଗ ସୂତ୍ରରୁ ସୂଚନା ଦିଆଯାଇଚ୍ଥି ।