ଲକ୍ଷପତି ଭଣ୍ଡାରୀ

କଥାରେ କୁହନ୍ତି କିଛି ବି କାମ ଛୋଟ ବା ବଡ଼ ବୋଲି ଭାବିବା ଉଚିତ ନୁହେଁ, ଯଦି ତାହା ସତ୍ ହୋଇଥାଏ । ଏଠାରେ ଏମିତି ଜଣେ ବାରିକ ବା ଭଣ୍ଡାରୀଙ୍କ ବିଷୟରେ କୁହାଯାଉଛି, ଯିଏକି ବାଳ କାଟି ଲକ୍ଷପତି ହୋଇଛନ୍ତି । ତାଙ୍କ ନିକଟରେ ରହିଛି ଜର୍ମାନୀର ମର୍ସିଡ଼ିଜ୍ ଏସ୍୬୦୦ କାର୍, ଯାହାର ମୂଲ୍ୟ ତିନି କୋଟିରୁ ଅଧିକ । ଏହି ଭଣ୍ଡାରୀଙ୍କୁ ସମସ୍ତେ ରମେଶ ବାବୁ ବୋଲି କୁହନ୍ତି। ବେଙ୍ଗାଲୁରୁର ଏହି ବାରିକ ସେଠାରେ ମଶହୂର । ବୟସ ତାଙ୍କର ଜମାରୁ ୪୩ ବର୍ଷ । ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ ନିକଟରେ ତାଙ୍କର ଦୋକାନ ରହିଛି। ତାଙ୍କର ଖାତିର ଏଇଥିପାଇଁ ଯେ ଲୋକମାନେ ବାଳ କାଟିବା ପାଇଁ ତାଙ୍କ ନିକଟକୁ ମୁମ୍ବାଇ ଓ କୋଲକାତାରୁ ଆସନ୍ତି । ତାଙ୍କ ନିକଟରେ ଥିବା ବିଳାସମୟ କାରକୁ ସେ ଭଡ଼ାରେ ଲୋକଙ୍କୁ ଦିଅନ୍ତି । ଏଠାରେ ସୂଚିତ କରାଯାଇପାରେ ଯେ, କେବଳ ତିନିଜଣ ଲୋକଙ୍କ ନିକଟରେ ଏଭଳି କାର୍ ରହିଛି । ଯିଏ ହେଉଛନ୍ତି ବିଜୟ ମାଲ୍ୟା, ଜଣେ ବିଲ୍ଡ଼ର ଓ ଏବେ ରମେଶ। ଏହି କାର୍ ବ୍ୟତିତ ରମେଶଙ୍କ ନିକଟରେ ରହିଛି ରାଲ୍ସ ରୟେସ୍, ୧୦ରୁ ଅଧିକ ମର୍ସିଡିଜ୍, ୩ଟି ଓଡ଼ି ଓ ୨ଟି ଜାଗୁଆର୍ କାର୍ । କୋଟିପତି ହୋଇବି ସେ ସେଲୁନରେ ପ୍ରତିଦିନ କାମ କରିଥାନ୍ତି । ରମେଶ ଟୁର୍ସ୍ ଆଣ୍ଡ ଟ୍ରାଭେଲ୍ସ ନାମକ ଏକ ଏଜେନ୍ସି ବି ଚଲାନ୍ତି । ସହରର ବଡ଼ ବଡ଼ ଲୋକମାନେ ତାଙ୍କର ଗ୍ରାହକ । ଅମିତାଭ୍ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ଓ ଶାହରୁଖ୍ ଖାନ୍ ବି ତାଙ୍କର ଗ୍ରାହକ ଅଟନ୍ତି । ସେ ଏସବୁ ଗାଡ଼ିକୁ ଲୋନରେ କିଣିଥିଲେ ବି ଋଣ ଶୁଝିବାରେ କେବେ ଖିଲାପି ହୋଇନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ