ହିଂଜିଳିକାଟୁରେ ସାମୁସଦ୍ରିକ ଝଡ଼ ‘ଫନି’ର ଆଂଶିକ ପ୍ରଭାବ : ଅଂଚଳବାସୀ ଆଶ୍ୱସ୍ତ

ହିଂଜିଳିକାଟୁ, (ଶେଷଦେବ ସାହୁ): ସାମୁଦ୍ରିକ ଝଡ଼ ‘ଫନି’ ହିଂଜିଳିକାଟୁ ପୌରାଂଚଳ ଓ ବ୍ଳକରେ ଆଂଶିକ ପ୍ରଭାବ ପଡ଼ିଛି । ଫଳରେ ଅଂଚଳର ଜନସାଧାରଣଙ୍କ ମନରେ ଫୋନିକୁ ନେଇ ଚାଲିଥିବା କଳ୍ପନା ଜଳ୍ନା ଦୂର ହୋଇଛି । ବିଶେଷ କ୍ଷୟକ୍ଷତି ହୋଇନାହିଁ । ଗୁରୁବାର ମଧ୍ୟ ରାତିରୁ ବର୍ଷାଓ ପବନକୁ ନେଇ ଆତଙ୍କିତ ଜନସାଧାରଣ ଶୁକ୍ରବାର ମଧ୍ୟାନ୍ନ ବେଳକୁ ଭୟଶୂନ୍ୟ ହୋଇଥିଲେ । ଗଂଜାମ ଜିଲ୍ଲା ସମେତ ହିଂଜିଳିକାଟୁାରେ ଫନି ଝଡ଼ର ପ୍ରଭାବରେ କାଁ ଭାଁ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ବନ ବିଭାଗ କର୍ମଚାରୀ ମାନେ ଘଟଣଶ ସ୍ଥଳରେ ପଂହଚି ରାସ୍ତା ଉପରୁ ଗଛକୁ ହଟାଇ ରାସ୍ତା ଅବରୋଧ ହଟାଇଥିଲେ । ଜିରୋ କାଜୁଆଲିଟି ହେତୁ ସ୍ଥାନୀୟ ପ୍ରଶାସନ ମଧ୍ୟ ଆଶ୍ୱସ୍ତ ଅନୁଭବ କରିଛି । ଫନି ପ୍ରଭାବରେ ହିଂଜିଳିକାଟୁ ବ୍ଳକର ୨୧ ଟି ପଂଚାୟତର କଚ୍ଚା ଘରେ ବାସ କରୁଥିବା ୨୧୨୪ ଲୋକଙ୍କୂ ୨୧ ଟି ବାତ୍ୟାଆଶୟୟ ସ୍ଥଳୀକୁ ଗୁରୁବାର ସନ୍ଧ୍ୟାରେ ସ୍ଥାନାନ୍ତର କରାଯାଇଥିଲା ।ସେଠାରେ ସମସ୍ତ ଆଶ୍ରିତଙ୍କୁ ରନ୍ଧାଖାଦ୍ୟ ଓ ଅନ୍ୟାନ ସାମଗ୍ରୀ ଯୋଗାଇ ଦିଆଯାଇଥଇଲା । ସ୍ଥାନୀୟ ପୌରାଂଚଳର ୬ ଟି କ୍ୟାମ୍ପରେ ୪୨୦ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିଲା । ସୁଦୂର ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଗ୍ରାମାଂଚଳରୁ ଆସି ହିଂଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମାଂଚଳ ଗୁଡ଼ିକରେ ଅବସ୍ଥାପିତ ମାଟିପୋଡ଼ା ଇଟାଭାଟିରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିଲା । ଶୁକ୍ରବାର ରାତି ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମାଂଚଳ ଓ ପୌରାଂଚଳର ବିଭିନ୍ନ କ୍ୟାମ୍ପରେ ରହିଥିବା ଲୋକଙ୍କୁ ରନ୍ଧାଖାଦ୍ୟ ଓ ଅନ୍ୟାନ ସାମଗ୍ରୀ ପ୍ରଦାନ କରାଯାଇଥିବା ବେଳେ ଶନିବାର ସକାଳୁ ସେମାନଙ୍କ ବାସଗୃହକୁ ପଠାଇ ଦିଆଯାଇଛି ୠୁରୁବାର ସନ୍ଧ୍ୟାରୁ ସ୍ଥାନୀୟ ଅଂଚଳରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇ ପଡ଼ିଥିବା ବେଳେ ଶୁକ୍ରବାର ରାତିରେ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି । ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ଶୁକ୍ରବାର ସନ୍ଧ୍ୟାରେ ଯୋଗାଇ ଦିଆଯାଇଛି । ଫନି ଯୋଗୁଁ ଶୁକ୍ରବାର ଦିନ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ଓ ଯାନବାହାନ ଚଳାଚଳ ସମ୍ପୁଣ୍ଣ ବନ୍ଦ ରହିଥିଲା । ଫନିକୁ ଆଖି ଆଗରେ ରଖି ଶୁକ୍ରବାର ଦିନ ତମାମ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, ସ୍ୱେଛାସେବୀ ସଙ୍ଗଠନ ଓ ରାଜନୈତିକ ବ୍ୟକ୍ତି ବିଶେଷ ମାନେ ଘଟଣାର ତଦାରଖ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ