ତାଲୁକା ସ୍ତରୀୟ ବିଶ୍ଵକର୍ମା ପୂଜା ଓ ସମ୍ୱର୍ଦ୍ଧନା ଉତ୍ସବ

ବୁଗୁଡ଼ା,(ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବାଲିପଦର ଗ୍ରାମରେ ଅବସ୍ଥିତ ବିଶ୍ୱକର୍ମା ଭବନରେ ଘୁମୁସର ତାଲୁକା ବିଶ୍ଵକର୍ମା ସମାଜ ପକ୍ଷରୁ ପ୍ରଭୁ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ୧୭/୯/୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରଭୁ ଶ୍ରୀ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା ପରେ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ତାଲୁକା ସଭାପତି ସୂର୍ଯ୍ୟନାରାୟଣ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ସଞ୍ଜୟ କୁମାର ଜେନା, ଶାନ୍ତନୁ ନାୟକ, ଭଗବାନ ବଡୁ ଓ ରଘୁନାଥ ପଣ୍ଡା ଯୋଗଦେଇଥିଲେ। ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ବକ୍ତବ୍ୟରେ ସେବା ମାନବ ସମାଜ ପାଇଁ ଶ୍ରେଷ୍ଠ ଧର୍ମ ବୋଲି ପ୍ରକାଶ କରିବା ସହ ସମାଜକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବା ଓ ସମାଜର ସମସ୍ତେ ଯେପରି ଶିକ୍ଷିତ ହୋଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ କହିଥିଲେ। ଏହି ଅବସରରେ ବିଶ୍ୱକର୍ମା ସମାଜର ଯେଉଁ ଛାତ୍ରଛାତ୍ରୀ ବୃନ୍ଦ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ସେମାନଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରଶଂସା ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ଏତତ୍ ବ୍ୟତୀତ ରାଜଶ୍ରୀ ପ୍ରଭାକର ମହାରଣା, ଉପଦେଷ୍ଟା ରାଜେନ୍ଦ୍ର ମହାରଣା, ହରୀମୋହନ ମହାରଣା, କୋଷାଧ୍ୟକ୍ଷ ଗଣପତି ମହାରଣା, ସଭ୍ୟ ବସନ୍ତ ମହାରଣା, ସରୋଜ ମହାରଣା, ସନ୍ତୋଷ ମହାରଣା, ସୁରେନ୍ଦ୍ର ମହାରଣା, ଭଗବାନ ମହାରଣା, ସୁଦାମ ମହାରଣା, ନାରାୟଣ ମହାରଣା, ଶିବ ମହାରଣା, କୃଷ୍ଣ ମହାରଣା ପ୍ରମୁଖ ଉପସ୍ଥିତ ରହି ସଭା ପରିଚାଳନାରେ ସହଯୋଗ କରିଥିବା ବେଳେ ବାଳିପଦର ଗ୍ରାମର ବିଶ୍ୱକର୍ମା ଭାଇମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ