ହିରୋ ମୋଟୋକର୍ପ ବିଏସ-ଭିଆଇର ପ୍ରବେଶ

ହିରୋ ମୋଟୋକର୍ପ, ବିଶ୍ୱର ବୃହତମ ମଟରସାଇକେଲ ଏବଂ ସ୍କୁଟର ନିର୍ମାତା ମଟରସାଇକେଲ ସେଗମେଂଟରେ ସ୍ପେ୍ଲଣ୍ଡର+ ଏବଂ ପ୍ରିମିୟମ ସ୍କୁଟର ସେଗମେଂଟରେ ଡେଷ୍ଟିନି ୧୨୫ ଏବଂ ମାଇଷ୍ଟ୍ରୋ ଏଜ ୧୨୫ ଆଦି ତିନୋଟି ଅଧିକ ବିଏସ-ଭିଆଇ ଉତ୍ପାଦ ବାହାର କରିବା ଆରମ୍ଭ କରିଛନ୍ତି ।
ଏବେ ବଜାରରେ ଉପଲବ୍ଧ ସ୍ପେ୍ଲଣ୍ଡର ଆଇସ୍ମାର୍ଟ ଏବଂ ଏଚ୍‌ଏଫ ଡିଲକ୍ସ ମଟରସାଇକେଲ ଓ ପ୍ଲେଜର+୧୧୦ ସ୍କୁଟର ର ବିଏସ-ଭିଆଇ ସଂସ୍କରଣର ଠିକ ପରେ ପରେ ଏ ସମସ୍ତ ଲଂଚ ହୋଇଛି । ବର୍ତମାନ ହିରୋ ମୋଟୋକର୍ପ କେବଳ ବିଏସ-ଭିଆଇ ସ୍କୁଟର ହିଁ ନିର୍ମାଣ କରୁଛନ୍ତି ।
ପ୍ରଗତିଶୀଳ ଏବଂ ଅଭିନବ, ପ୍ରତିଦିନ ବ୍ୟବହାର୍ଯ୍ୟତା ପ୍ରଦାନ କରୁଥିବା ସ୍ପେ୍ଲଣ୍ଡର+ ବିଏସ-ଭିଆଇ ଟ. ୫୯,୬୦୦/- ମୂଲ୍ୟରୁ ଆରମ୍ଭ ହେଉଛି (କିକ ସହିତ ଏଲଏ ୱିଲ) ପ୍ରିମିୟତା, ସ୍ଥାୟିତ୍ୱ ଏବଂ ପ୍ରାଦ୍ୟୋଗୀକି ସଂଯୋଗରେ ନିର୍ମିତ ଡେଷ୍ଟିନି ୧୨୫ ବିଏସ-ଭିଆଇ ଟ. ୬୪,୩୧୦/- ମୂଲ୍ୟରୁ ଆରମ୍ଭ ହେଉଛି (ଏଲଏକ୍ସ ଭିନ୍ନତା) ସର୍ବାଧିକ ମଜାଦାର ରାଇଡିଙ୍ଗ, ଆଧୁନିକ ଏବଂ ଷ୍ଟାଇଲିସ ମାଇଷ୍ଟ୍ରୋ ଏଜ ୧୨୫ ବିଏସ-ଭିଆଇ ର ମୂଲ୍ୟ ଟ. ୬୭,୯୫୦/- (ଡ୍ରାମ ବ୍ରେକ ସହିତ ଏଲଏ ୱିଲ) ଅଟେ ।
ହିରୋ ମୋଟୋକର୍ପ ର ବିବିଧ ଏବଂ ସାମଗ୍ରିକ ଉତ୍ପାଦ ପୋର୍ଟଫୋଲିଓ ଏହାର ଗ୍ରାହକମାନଙ୍କୁ ସୁପରିଅର ଓ ସ୍ୱଚ୍ଛତର ପ୍ରାଦ୍ୟୋଗୀକି ବିଶେଷତା ସହିତ ଯୁବ ସୁଲଭ, ପ୍ରିମିୟମ ଏବଂ ଆଧୁନିକ ଉତ୍ପାଦ ପ୍ରଦାନ କରିବା ପାଇଁ ଏହାର ମଜଭୁତ ଧ୍ୟାନ କେନ୍ଦ୍ରୀକରଣକୁ ଦର୍ଶାଉଛି ।
କମ୍ପାନୀର ଆର ଏଣ୍ଡ ଡି ହାବ – ଉତରୀ ଭାରତୀୟ ସହର ଜୟପୁର, ରାଜସ୍ଥାନ ରେ ଦ ସେଂଟର ଅଫ ଇନୋଭେସନ ଏଣ୍ଡ ଟେକ୍ନୋଲୋଜି (ସିଆଇଟି) ରେ ସଂପୁର୍ଣ୍ଣ ରୂପେ ନିଜ ଦ୍ୱାରା ନୂତନ ଉତ୍ପାଦଗୁଡିକ ଡିଜାଇନ ଏବଂ ବିକଶିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ