ନିର୍ଭୟା ଗଣଦୁଷ୍କର୍ମ ମାମଲା : ୪ ଦୋଷୀଙ୍କୁ ମାର୍ଚ୍ଚ ୩ ତାରିଖରେ ଫାଶୀ
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଦୋଷୀଙ୍କ ପାଇଁ ନୂତନ ଫାଶୀ ତାରିଖ ଘୋଷଣା କରାଯାଇଛି । ମାର୍ଚ୍ଚ ୩ ତାରିଖରେ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ସୋମବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୩ ତାରିଖ ଭୋର 6ଟାରେ ଫାଶୀ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୦୧୨ ମସିହାରେ ଘଟିଥିବା ଏହି ଜଘନ୍ୟ କାଣ୍ଡର ଅଭିଯୁକ୍ତଙ୍କ ପାଇଁ ପୂର୍ବରୁ ଦୁଇ ଦୁଇ ଥର ଡେଥ ଓ୍ବାରେଣ୍ଟ ଜାରି କରାଯାଇଥିବା ବେଳେ ତାହା ବିରୋଧରେ ଆବେଦନ କରାଯିବାରୁ ତାହାକୁ ଖାରଜ କରାଯାଇଥିଲା । ସୋମବାରର ରାୟ ବିରୋଧରେ ଆବେଦନ କରିବା ନେଇ ଅଭିଯୁକ୍ତଙ୍କ ଓକିଲ ଏ. ପି. ସିଂ ସୂଚନା ଦେଇଛନ୍ତି । ରାଜନୈତିକ ଚାପ କାରଣରୁ ତରବରିଆ ଭାବରେ ଦୋଷୀଙ୍କ ଦଣ୍ଡ ଘୋଷଣା କରାଯାଇଛି । ଏହା ବିରୋଧରେ ଅପିଲ୍ କରିବା ନେଇ ସିଂ ସୂଚନା ଦେଇଛନ୍ତି ।


