ଓଡ଼ିଶାରେ ବିଶ୍ୱ ହିନ୍ଦୁ ପରିଷଦକୁ ସୁଦୃଢ କରିବା ପାଇଁ କେନ୍ଦ୍ରୀୟ ପ୍ରତିନିଧିଙ୍କ ବୈଠକ
ଭୁବନେଶ୍ୱର-: ନାଗରିକ ସଂଶୋଧନ ଆଇନ୍ ବିଷୟ ଉପରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଥିବା ସଂଗଠନମାନଙ୍କୁ ଦେଶବିରୋଧୀ ଏବଂ ଭାରତରେ ବିକାଶର ବିରୋଧୀ ବୋଲି ଅଭିହିତ କରି ଓଡ଼ିଶା ଗସ୍ତରେ ଆସିଥିବା ବିଶ୍ୱହିନ୍ଦୁ ପରିଷଦର ମା. ପ୍ରଶାନ୍ତ ହରତାଲକର ବିଶ୍ୱହିନ୍ଦୁ ପରିଷଦର କେନ୍ଦ୍ରୀୟ ମନ୍ତ୍ରୀ ତଥା ବିଶ୍ୱ ସମନ୍ୱୟ ବିଭାଗର ପ୍ରମୁଖ ଓଡ଼ିଶାରେ ଏମାନଙ୍କୁ ମୁକାବିଲା କିରବା ସହ ତୃଣମୂଳସ୍ତରରେ ସଂଗଠନ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିବାକୁ ଆହ୍ୱାନ ଦେଇଛନ୍ତି । ଏହା ସହ ବିଦେଶରେ ରହୁଥିବା ହିନ୍ଦୁ ସମାଜ ବିଷୟରେ ଆଲୋକପାତ କରିଛନ୍ତି । ଏଥିପାଇଁ କେବଳ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା ନୁହେଁ ସମସ୍ତ ଦେଶ୍ରପ୍ରେମୀ ସଂଗଠନମାନଙ୍କୁ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ବ୍ରିଗେଡ଼ିୟର ବୈକୁଣ୍ଠ ନାଥ ପଣ୍ଡା ଅଧ୍ୟକ୍ଷତା କିରବେ । କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଭୁବନେଶ୍ୱର ମହାନଗର ସମ୍ପାଦକ ଶରତ ମହାପାତ୍ର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କମଧ୍ୟରେ ସହ ସମ୍ପାଦକ ଶୁଭ୍ରାଂଶୁ ଶେଖର ଶତପଥୀ, ଗରକ୍ଷା ପ୍ରମୁଖ ନାରାୟଣ ତ୍ରିପାଠୀ, ବଜରଙ୍ଗ ଦଳ ବିଭାଗ ସଂଯୋଜକ ବିଭୂତି ଭୂଷଣ ମହାପାତ୍ର, ଗୁରୁଚରଣ ଜେନା, ପ୍ରମୋଦ ଭାଇ, ଆନନ୍ଦ କୁମାର ପାଣ୍ଡେ, ପ୍ରାନ୍ତ ସଂଗଠନ ମନ୍ତ୍ରୀ, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ପ୍ରଭାତ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।


