ଟାକିରିଆ ଠାରେ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳିତ ଉପଜିଲ୍ଲାପାଳଙ୍କ ଦ୍ୱାରା ଅଖିମୁଠି ଶୁଭାରମ୍ଭ

ଛତ୍ରପୁର :କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଛତ୍ରପୁର ଜିଲ୍ଲା କୃଷି ଅଧିକାରୀଙ୍କ ତତ୍ୱାବଧାନରେ ଟାକିରିଆ ବ୍ରହ୍ମପୁର ସ୍ଥିତ ଉଦ୍ୟାନ କୃଷି ପାର୍ମ ପରିସରରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଖି ମୁଠି ବୁଣିବା ସହ ହଳ ଲଙ୍ଗଳ ବୁଲାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଡ଼ିଓ ଅମ୍ବିକା ପ୍ରସାଦ ଦାସ,ଜିଲ୍ଲା କୃଷି ଅଧିକାରୀ(ଛତ୍ରପୁର)ପ୍ରମୋଦ କୁମାର ଦାସ,ଏଆରସିଏସ୍ ଆର.ଚନ୍ଦ୍ରଶେଖର ରେଡ଼ି,ସହକାରୀ କୃଷି ଅଧିକାରୀ(ନରେନ୍ଦ୍ରପୁର) ଅମ୍ବିକା ପ୍ରସାଦ ମିଶ୍ର,ସହକାରୀ କୃଷି ଅଧିକାରୀ(ଛତ୍ରପୁର)ଗୋକୂଳ ଚନ୍ଦ୍ର ପ୍ରଧାନ,ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୌମ୍ୟା ପ୍ରିୟଦର୍ଶିନୀ,ସହକାରୀ କୃଷି ଅଧିକାରୀ ନିରୁ ନିକୁଞ୍ଜ ନାୟକ,ସହକାରୀ କୃଷି ଅଧିକାରୀ ସୌଦାମିନୀ କୋଲା,ଦୁର୍ଗା ପ୍ରସାଦ ପ୍ରଧାନ,ମିଥୁନ୍ ସେଠୀ,ସୁଚିସ୍ମିତା ପାଢ଼ୀ,ମୌସୁମୀ ବେହେରା,ସୁବାସିନୀ ପଟ୍ଟନାୟକ,ସୋନାଲି ମହାନ୍ତି ଓ ଗୋପୀନାଥ ଦାସଙ୍କ ସମେତ ଛତ୍ରପୁର ଓ ଆଖ ପାଖ ଅଂଚଳର ବହୁ କୃଷକ ଓ କୃଷି ବିଭାଗର କର୍ମଚାରୀ ମାନେ ଯୋଗଦେଇ ଅକ୍ଷୟ ତୃତୀୟାକୁ ମହାଆଡ଼ମ୍ବର ସହକାରେ ପାଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ