ବାଲିପଦର ଡିଗ୍ରୀ କଲେଜରେ ତିନି ବିଭାଗର ପାଠଚକ୍ର

ବୁଗୁଡା ,( ଅନିଲ କୁମାର ମହାରଣା ) : ବୁଗୁଡ଼ା ବ୍ଲକ ବାଲିପଦର ଡ଼ିଗ୍ରୀ କଲେଜର ଅର୍ଥନୀତି ବିଭାଗ, ରାଜନୀତି ବିଜ୍ଞାନ ବିଭାଗ ଓ ଇତିହାସ ବିଭାଗର ପାଠଚକ୍ର ଯଥାକ୍ରମେ ସୋମବାର, ମଙ୍ଗଳବାର ଓ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ପାଠଚକ୍ର କଲେଜ ଅଧ୍ୟକ୍ଷ ଡ଼ଃ ବିବେକାନନ୍ଦ ପଟ୍ଟନାୟକଙ୍କ  ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ ଏ ବିକେଶ ରାଓ ଦୋରାଙ୍କ ତତ୍ୱାବଧାନରେ ” ଦ୍ରବ୍ୟ ଓ ସେବାକର ଦ୍ୱାରା ଭାରତର ଅର୍ଥନୀତି” ଶୀର୍ଷକ ବିଷୟରେ ସନ୍ଦର୍ଭକୁ  ଛାତ୍ର ଦିପୁନ କୁମାର ଜେନା ପଠନ କଲାପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସେହିପରି  ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଗୋପୀନାଥ ମହାନ୍ତିଙ୍କ ତତ୍ୱାବଧାନରେ ” ନାରୀ ସଶକ୍ତିକରଣ – ସମସ୍ୟା ଓ ଆହ୍ୱାନ” ଶୀର୍ଷକ ବିଷୟରେ ସନ୍ଦର୍ଭକୁ ଛାତ୍ରୀ ଅର୍ଚ୍ଚନା ପୋଲାଇ ପଠନ କଲାପରେ ଆଲୋଚନା ହୋଇଥିଲା। ଇତିହାସ ବିଭାଗରେ ମଧ୍ୟ୍ୟ ବିଭଗୀୟ ମୁଖ୍ୟ ଅଧ୍ୟପାକ ଅମୀୟ କୁମାର ସ୍ଵାଇଁଙ୍କ ତତ୍ୱାବଧାନରେ “ମହମ୍ମଦ ବିନ ତୋଗଲକ – ଏକ ବିବାଦୀୟ ଚରିତ୍ର” ଶୀର୍ଷକ ବିଷୟରେ ସନ୍ଦର୍ଭକୁ ଛାତ୍ରୀ ପ୍ରଜ୍ଞା ଚୌଧୁରୀ ପଠନ କଲାପରେ ଆଲୋଚନା ହୋଇଥିଲା।ଏହିସବୁ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ଶ୍ରମିଳା ନାୟକ ଓ ଭକ୍ତଲତା ମହାପାତ୍ର ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ